ଭୁବନେଶ୍ୱର(କେ ନ୍ୟୁଜ): କରୋନା ସଂକ୍ରମଣରେ ଭାରୀ ପଡୁଛି ରାଜଧାନୀ ଭୁବନେଶ୍ୱର । କରୋନାର ହଟ ସ୍ପଟ ଭାବେ ଜଣା ଖୋର୍ଦ୍ଧା ଜିଲ୍ଲାରୁ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାର ଅଧାରୁ ଅଧିକ କେବଳ ଭୁବନେଶ୍ୱରରୁ ପଜିଟିଭ । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୧୫ଶହ ୩୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବିଏମସି ଅଞ୍ଚଳରୁ ବାହାରିଛନ୍ତି କେବଳ ୧୨ଶହ ୯୪ ।
Update on newly detected #COVID19 cases in the last
24 hrs under the BMC area on 12th May (till 9am). pic.twitter.com/eZRwYksNyt— BMC (@bmcbbsr) May 12, 2021
ଯାହା ଭିତରୁ ଲୋକାଲ୍ କଣ୍ଟାକ୍ଟ କେସ୍ ୧୧ଶହ ୩୧ ଥିବା ବେଳେ କ୍ୱାରେଣ୍ଟାଇନରୁ ୧୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ହଟସ୍ପଟ ସାଜିଛି ନୟାପଲ୍ଲୀ, ପଟିଆ, ବଡଗଡ଼, ଜଗମୋହନନଗର, ଲକ୍ଷ୍ମୀସାଗର, ଓଲ୍ଡ ଟାଉନ୍, ଚନ୍ଦ୍ରଶେଖରପୁର, ବରମୁଣ୍ଡା, ଚିନ୍ତାମଣିଶ୍ୱର, ମଞ୍ଚେଶ୍ୱର, ଡୁମଡୁମା ଅଞ୍ଚଳ । ଏସବୁ ସ୍ଥାନରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩୦ରୁ ଅଧିକ ରହୁଛି ।