ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ ଜୁନ୍‌ ୧୫ ପରେ କମିବ କରୋନା ପ୍ରଭାବ ହେଲେ ପୁଣି ଫେରିବ ଅକଟୋବରରେ

କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଭାରତ ପାଇଁ ଅଧିକ ଘାତକ ହୋଇଛି । ଏହା ସାଙ୍ଗରେ ଯୁଝୁଛି ମଣିଷ, ପ୍ରଶାସନ ଏବଂ ପରିସ୍ଥିତି । ଟିକାକରଣ ଚାଲିଛି, ନୂଆ ନୂଆ ଔଷଧ ବାହାର କରିବାର ପ୍ରକ୍ରିୟା ମଧ୍ୟ ଜାରି ରହିଛି । ତେବେ ଏହି ଭାଇରସ୍‌ କେବେ ପୃଥିବୀ ପୃଷ୍ଠରୁ ବିଦା ହେବ, କେବେ ମଣିଷ ମାସ୍କ ଛାଡ଼ି ସ୍ୱାଭାବିକ ଜୀବନ ଜୀଇ ପାରିବ ସେକଥା କେହି କହି ପାରୁ ନାହାନ୍ତି । ଏହାରି ଭିତରେ କେତେଜଣ ବଡ଼ ବଡ଼ ଜ୍ୟୋତିର୍ବିଦ କରୋନା ପରିସ୍ଥିତିକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଆସନ୍ତୁ ତା ଉପରେ ନଜର ପକାଇବା ।

ASTRO-2

ଗତ ବର୍ଷ ଯେତେବେଳେ ପ୍ରଥମ ଲହର ଆସିଥିଲା ସେତେବେଳେ ଅନେକ ଭବିଷ୍ୟବାଣୀ କରିଥିଲେ ଯେ ୨୦୨୦ରେ ହିଁ କରୋନାର ଶେଷ ହେବ । ହେଲେ ସମସ୍ତଙ୍କୁ ଚମକାଇ ଏହା ପୁଣି ଜୋରଦାର ଭାବେ ଫେରିଛି । କେତେଜଣ ଜ୍ୟେତିର୍ବିଦ ଏହାକୁ ଦେଶ ଓ ଶାସନ ମୁଖ୍ୟଙ୍କ ଉପରେ ପଡ଼ିଥିବା ଖରାପ ଗ୍ରହର ପ୍ରଭାବ ବୋଲି କହିଛନ୍ତି । ଜ୍ୟୋତିଷ ଶାସ୍ତ୍ର ଉପରେ ଅନେକ ଲୋକ ବିଶ୍ୱାସ କରୁନଥିବାରୁ ଆମେ ସେମାନଙ୍କ ନାମ ଏଠାରେ ପ୍ରକାଶ କରୁ ନାହୁଁ । ତେବେ ସେମାନେ କରିଥିବା ଭବିଷ୍ୟବାଣୀ ସମ୍ପର୍କରେ ଏଠାରେ ସୂଚନା ଦେଉଛୁ । ଦକ୍ଷିଣ ଆଫ୍ରିକାରେ ରହୁଥିବା ଜଣେ ଭାରତୀୟ ଜ୍ୟୋତିଷଙ୍କ କହିବା କଥା କରୋନାର ଦ୍ୱିତୀୟ ଲହର ଜୁନ୍‌ ମାସ ମଧ୍ୟଭାଗ ଅର୍ଥାତ୍‌ ଜୁନ୍‌ ୧୫ ବେଳକୁ କମିଯିବ । ହେଲେ ଏହା ସମ୍ପୂର୍ଣ୍ଣ ରୂପେ ଗାୟବ ହେବ ନାହିଁ ।

ସାରା ବିଶ୍ୱରେ କରୋନାର ତୃତୀୟ ଲହର ସେପଟେମ୍ବର ୧୪ରୁ ନଭେମ୍ବର ୨୦ ଭିତରେ ଆସିବ । ଭାରତରେ ଏହା ଅକଟୋବର ଶେଷ ବେଳକୁ ଆସି ପାରେ । ତେଣୁ ସମସ୍ତଙ୍କୁ ସମ୍ପୂର୍ଣ୍ଣ ସାବଧାନ ରହିବାକୁ ଜ୍ୟୋତିର୍ବିଦମାନେ ଅନୁରୋଧ କରିଛନ୍ତି । ଏହି ଜ୍ୟୋତିଷଙ୍କ ସମେତ ଅନ୍ୟମାନେ ମଧ୍ୟ ଗୋଟିଏ କଥା କହିଛନ୍ତି । ତାହା ହେଉଛି ଯେକୌଣସି ଭାଇରସ୍‌ ପୃଥିବୀ ପୃଷ୍ଠକୁ ଆସେ ତାହା ସମ୍ପୂର୍ଣ୍ଣ ମୂଳପୋଛ ହୁଏ ନାହିଁ । ସେ ପ୍ଲେଗ୍‌ ହେଉ କି ହଇଜା, ଏଡ୍‌ସ କିମ୍ବା ଯକ୍ଷ୍ମା ଆଦି ଅନେକ ରୋଗ ଆସିଛି । ପରବର୍ତ୍ତୀ ସମୟରେ ଏସବୁର ପ୍ରଭାବ କମି ଯାଇଥିଲେ ମଧ୍ୟ ଏହି ଭାଇରସ୍‌ ଏବେବି ରହିଛି । ତେଣୁ କରୋନା ମଧ୍ୟ ରହିବ । ହେଲେ ମଣିଷ ଶରୀର ପାଇଁ ଏହା ଦେହସୁହା ହୋଇଗଲେ, ଉଚିତ ଔଷଧ ଜରିଆରେ ଏହାର ପ୍ରତିରୋଧ କରାଯାଇ ପାରିଲେ କରୋନା ମଧ୍ୟ ଅନ୍ୟ ରୋଗ ଭଳି ଦବି ଯିବ ।

ଭାରତ ବର୍ତ୍ତମାନ ଯେଭଳି ପରିସ୍ଥିତି ଦେଇ ଗତି କରୁଛି ଠିକ୍‌ ସେହିଭଳି ସ୍ଥିତି ଥିଲା ୧୯୬୨-୬୩ରେ ଚୀନ୍‌ ସହ ଯୁଦ୍ଧ ବେଳେ ଏବଂ ୧୯୯୨-୯୩ରେ ବାବ୍ରି ମସଜିଦ ଭଙ୍ଗା ଘଟଣା ବେଳେ । ଚଳିତ ବର୍ଷ ଗତ ଫେବ୍ରୁଆରୀ ୯ରୁ ୧୧ ମଧ୍ୟରେ ମକର ରାଶିରେ ଏକାଥରେ ୬ଟି ଗ୍ରହ ଅବସ୍ଥାନ କରିଥିଲେ । ଏହା ଦେଶ ପାଇଁ ଆଦୌ ଶୁଭପ୍ରଦ ନଥିଲା । ତେଣୁ ଆସନ୍ତା ଜୁନ୍‌ ୧୫ ପରେ ଯଦିବି କରୋନା ଦ୍ୱିତୀୟ ଲହରର ପ୍ରଭାବ କମିଯାଏ ତଥାପି ସତର୍କ ରହିବା ଜରୁରୀ । କାରଣ ତୃତୀୟ ଲହର ମଧ୍ୟ ବେଶି ଦୂରରେ ନାହିଁ । ତେବେ ତୃତୀୟ ଲହର ଦ୍ୱିତୀୟ ଭଳି ଏତେ ଭୟଙ୍କର ହେବ ନାହିଁ ବୋଲି ସେମାନେ କହିଛନ୍ତି ।
ତେବେ ଏହି ଜ୍ୟୋତିର୍ବିଦଙ୍କ କହିବା କଥା ଏଥିପାଇଁ ମଣିଷକୁ ନିଜର ଉଚିତ କର୍ମ କରିବାକୁ ହେବ । ସମସ୍ତେ ମିଳିମିଶି ରହିବା ଏବଂ ପରସ୍ପରକୁ ସହଯୋଗ କରିବାର ଆବଶ୍ୟକତା ରହିଛି । ଭଲ କର୍ମ ଦ୍ୱାରା ପରିସ୍ଥିତିକୁ ବଦଳାଇ ହେବ ।

ଅବଶ୍ୟ ଏହି ଜ୍ୟୋତିର୍ବିଦ୍‌ମାନେ ଏକ ସକାରାତ୍ମକ ଭବିଷ୍ୟବାଣୀ ବି କରିଛନ୍ତି । କରୋନାର ନକାରାତ୍ମକ ପ୍ରଭାବ ଫଳରେ ଅନେକ କିଛି ସକାରାତ୍ମକ ଘଟଣା ଘଟିବ । ଯେମିତିକି ନୂଆ ନୂଆ ଔଷଧର ଉଦଭାବନ ହେବ। ହେଲେ ସବୁଠାରୁ ବଡ଼ ଘଟଣା ଘଟିବ ସମସ୍ତେ ମିଳିମିଶି ରହିବା ପାଇଁ ଚେଷ୍ଟା କରିବେ । ଭ୍ରତୃତ୍ୱର ଭାବ ସୃଷ୍ଟି ହେବ । ପରିବାର ଭିତରେ ସମ୍ପର୍କ ଆହୁରି ଦୃଢ଼ ହେବ । ତେବେ ୨୦୨୨ ମାର୍ଚ୍ଚ ଶେଷ ଯାଏ କରୋନା ଭାଇରସ୍‌ର ପ୍ରଭାବ ଓ ଡର ରହିବ ବୋଲି ସେମାନେ ଚେତାଇ ଦେଇଛନ୍ତି । କାରଣ ୨୦୨୨ ଏପ୍ରିଲ ମାସ ଯାଏ ଶନି ଗ୍ରହ ମକର ରାଶିରେ ଅବସ୍ଥାନ କରିବେ । ତେଣୁ କରୋନା ଏତେ ଶୀଘ୍ର ଯାଉ ନାହିଁ । ତୃତୀୟ ଲହର ମଧ୍ୟ ଉଭୟ ବିଶ୍ୱ ଓ ଭାରତ ପାଇଁ ବିପଜ୍ଜନକ ହେବ ବୋଲି କୁହାଯାଉଛି ।

ASTRO-3

ତେବେ ଜ୍ୟୋତିଷମାନେ କଣ କହୁଛନ୍ତି ସେ ତ ଭିନ୍ନ କଥା କିନ୍ତୁ ଆମକୁ ଏହି କିଲର୍‌ ଭାଇରସ୍‌ ପାଇଁ ସତର୍କ ରହିବାକୁ ପଡ଼ିବ ଯେପର୍ଯ୍ୟନ୍ତ ଏହାକୁ ଆମେ ସମ୍ପୂର୍ଣ୍ଣ ହରାଇ ପାରି ନାହାନ୍ତି । ଅବଶ୍ୟ ଏହି ଜ୍ୟୋତିର୍ବିଦଙ୍କ ଆକଳନ ହେଉଛି ୨୦୨୩ରେ କୋଭିଡ୍‌-୧୯ର ଆଉ କୌଣସି ପ୍ରଭାବ ରହିବ ନାହିଁ । … ଆପଣ ଏହାକୁ ବିଶ୍ୱାସ କରନ୍ତୁ ବା ନକରନ୍ତୁ ଆମକୁ ଆଗାମୀ ସମୟରେ ସତର୍କ ରହିବାକୁ ପଡ଼ିବ ଏବଂ ପ୍ରଥମ ଲହର ପରେ ଯେଭଳି ଆମେ ଟିକେ ବେପରଓ୍ଵା ହୋଇଯାଇଥିଲେ ସେଭଳି ହେବା ନାହିଁ । ତାହା ହେଲେ ଅନ୍ତତଃ ତୃତୀୟ ଲହର ବେଳେ ଆମେ ଏତେ ମାତ୍ରାରେ ପ୍ରଭାବିତ ହେବା ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.