ମୋଟାପା ସମସ୍ୟାରୁୁ ମୁକ୍ତି ଚାହୁଁଥିଲେ ଖାଆନ୍ତୁ ପ୍ରତିଦିନ ଏହିସବୁ ଅଟାରୁ ପ୍ରସ୍ତୁତ ରୋଟି

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟପ୍ରତି ଧ୍ୟାନ ଦେବାକୁ କାହାରି ପାଖେ ସମୟ ନାହିଁ । ଡାଏଟରେ ଖାଦ୍ୟକୁ ନେଇ ଅଣଦେଖା କରାଯାଉଥିବାରୁ କିଛି ଜଣ ଏଥିପାଇଁ ମୋଟାପାର ଶିକାର ହୋଇଥାନ୍ତି । ଏହାଦ୍ୱାରା ବ୍ୟକ୍ତି ପାଖରେ ମୋଟାପା ଜନିତ ସମସ୍ୟା ଦେଖାଯାଏ । ତେବେ ଏହାର ସମାଧାନ ପାଇଁ ଆମେ ଆପଣଙ୍କ ପାଇଁ କିଛି ଟିପ୍ସ ନେଇକି ଆସିଛୁ । ଯେଉଁଥିରେ ଆପଣ ନିଜ ମୋଟାପା ସମସ୍ୟାରୁ ମୁକ୍ତି ପାଇପାରିବେ ।

ମୋଟାପା ସମସ୍ୟାରୁ ରକ୍ଷା ପାଇବା ପାଇଁ ଏମିତି ଅନେକ ଟିପ୍ସ ରହିଛି ଯାହା ଖୁବ ସହଜ ଓ ସରଳ ହୋଇଥାଏ । ଏହାକୁ ଆପଣ ନିଜ ଡାଏଟରେ ସାମିଲ କରିପାରିଲେ ଶରୀର ପାଇଁ ଏହା ଲାଭଦାୟକ ହୋଇଥାଏ । ନିମ୍ନ ଲିଖିତ ଟିପ୍ସକୁ ମାନନ୍ତୁ:-

– ପ୍ରତିଦିନ ଗହମ ଅଟାରେ ରୋଟି ତିଆରି କରି ଖାଆନ୍ତୁ । ଏଥିରେ ଥିବା କାର୍ବୋହାଇଡ୍ରେଟ ଶରୀରରେ କୋଲେଷ୍ଟ୍ରଲର ମାତ୍ରାକୁ କମ କରିଥାଏ । ଏହାକୁ ଖାଇବା ଦ୍ୱାରା ଶୀଘ୍ର ଭୋକ ଲାଗିନଥାଏ ।

9776746
pc: healthshots

– ମାଣ୍ଡିଆରୁ ପ୍ରସ୍ତୁତ ରୋଟିକୁ ଖାଇବା ଦ୍ୱାରା ଶରୀରରେ ମୋଟାପଣ କମିଥାଏ । ଏଥିରେ ଆଇରନ, କ୍ୟାଲସିୟମ ଓ ଫାଇବର ଭଳି ପୋଷକ ତତ୍ୱ ଭରପୂର ମାତ୍ରାରେ ରହିଥାଏ । ଏଥିରେ ଥିବା ଟ୍ରାଇଫଟୋଫେନ ନାମକ ଆମିନୋ ଏସିଡ ଭୋକକୁ କମ କରିଥାଏ । ଏହାଦ୍ୱାରା ପାଚନ ଶକ୍ତି ମଧ୍ୟ ମଜବୁତ ରହିଥାଏ ।

– ବାଜରା ରୋଟିରେ ଗ୍ଲୁଟେନ ଫ୍ରି ହେବା ସହିତ ଫାଇବର, ମାଗ୍ନେସିୟମ ଭଳି ଭିଟାମିନ ରହିଥାଏ । ଯାହା ଶରୀରକୁ ମୋଟା ହେବାରୁ ରକ୍ଷା କରିଥାଏ ।

– ଏହାସହ ଆପଣ ବାଦାମ ଅଟାରୁ ପ୍ରସ୍ତୁତ ରୋଟିକୁ ମଧ୍ୟ ଖାଇପାରିବେ । ଏଥିରେ ଥିବା ପ୍ରୋଟିନ ଶରୀରକୁ ପୋଷଣ ଦେବା ସହ ବ୍ୟକ୍ତିକୁ ମୋଟାପା ସମସ୍ୟାରୁ ମୁକ୍ତି ଦେଇଥାଏ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.