ଡ୍ୟୁଟି ସରିଗଲା ଘରକୁ ଚାଲ ଟୋପିକୁ ପଚାରେ କିଏ ?,ଜଗତସିଂହପୁରରେ ପୋଲିସର ଟୋପି ଜଗିଛି ଥାନା ଛକ

ଜଗତସିଂହପୁର(କେନ୍ୟୁଜ୍):ଜଗତସିଂହପୁର ଜିଲ୍ଲାରେ ପୋଲିସର ଟୋପି ଜଗିଛି ଥାନା ଛକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦରଥାନା ସମୁଖରେ। କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ସମୟରେ ଅମାନିଆ ମାନଙ୍କୁ ସଚେତନ କରିବା ପାଇଁ ଜିଲ୍ଲା  ପୋଲିସ କାର୍ଯ୍ୟାଳୟ ପକ୍ଷରୁ ସହରର ବିଭିନ୍ନ ଛକ ଜାଗାମାନଙ୍କରେ ପୋଲିସ ମୃତୟନ କରାଯାଇଛି। ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ମାନେ ଏତେ କର୍ମଠ ଯେ ଡ୍ୟୁଟି ସରିଗଲା ପରେ ନିଜର ପୋଲିସ ଟୋପିକୁ ଛାଡି ଚାଲିଯାଉଛନ୍ତି।

jagatsinghpur 2

ପୋଲିସ ଚାକିରିରେ ପୋଲିସ ପୋଷକକୁ ଛାଡିଦେଲେ ତାର ବେଲ୍ଟ ଓ ଟୋପି ପିନ୍ଧିଲେ ପୋଲିସର ପରିଚୟ ମିଳିଥାଏ।ଡିଉଟି ସମୟରେ ଟୋପି ମୁଣ୍ଡକୁ ଓଜନ ଲାଗୁଥିବାରୁ ପୋଲିସ କର୍ମଚାରୀ ଜଣକ ମୁଣ୍ଡରୁ ଟୋପି ଖୋଲି ମ୍ୟୁନିସପାଲିଟି ଗାଡି ପାର୍କିଙ୍ଗ ପାଚେରୀ ଉପରେ ଛାଡି ଦେଇ ଚାଲି ଯାଇଛନ୍ତି। ଗଣ ମାଧ୍ୟମ ପ୍ରତିନିଧି ପହଞ୍ଚି ଭିଡିଓ ନେବା ସମୟରେ ଥାନାର ଜଣେ ଡ୍ରାଇଭର ଆସି ପୋଲିସ ଟୋପିକୁ ନେଇଯାଇଥିଲେ।ଏଭଳି ଜଣେ ଦାୟିତ୍ବହୀନ  ପୋଲିସ କର୍ମଚାରୀ ନିଜର ଡ୍ୟୁଟି କିଭଳି କରୁଥିବେ ଏଥିରୁ ସ୍ପଷ୍ଠ ଜଣାପଡୁଛି ଓ ଏଭଳି ଦାୟିତ୍ବହୀନ କର୍ମଚାରୀଙ୍କ ଉପରେ ଜିଲା ଆରକ୍ଷୀ ଅଧିକ୍ଷକ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କିଛି ଲୋକ ଦାବି କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.