ଆତ୍ମହତ୍ୟା କଲା ନାବାଳକ ପ୍ରେମିକ, ଶବର ଆଙ୍ଗୁଠିରେ ଜବରଦସ୍ତି ଝିଅକୁ ସିନ୍ଦୁର ପିନ୍ଧାଇଲେ ପରିବାର ଲୋକେ

ପ୍ରେମିକ ଆତ୍ମହତ୍ୟା କରିବା ପରେ ଜବରଦସ୍ତି ଶବର ଆଙ୍ଗୁଠିରେ ପ୍ରେମିକାକୁ ସିନ୍ଦୁର ପିନ୍ଧାଇଲେ ଘର ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ପଶ୍ଚିମବଙ୍ଗର ବର୍ଦ୍ଧମାନରେ। ଏହାପରେ ପୋଲିସ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ରିପୋର୍ଟ ମୁତାବକ, ଏଠାକାର ଦୁଇ ନାବାଳିକ ପୁଅ ଝିଅ ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ଝିଅର ମା’ ଏହି ପ୍ରେମକୁ ତୀବ୍ର ବିରୋଧ କରୁଥିଲେ। ଏହି ଘଟଣାକୁ ନେଇ ଝିଅ ଓ ପୁଅ ମଧ୍ୟରେ କିଛି ବିବାଦ ହୋଇଥିଲା। ଏଥିରେ ଭାଙ୍ଗି ପଡ଼ି ପ୍ରେମିକ ଆତ୍ମହତ୍ୟା କରିବାକୁ ମନସ୍ଥ କରିଥିଲା। ପ୍ରେମିକାକୁ ବି ଆତ୍ମହତ୍ୟା କରିବାକୁ ଯାଉଛି ବୋଲି କହିଥିଲା ଓ ଫଟୋ ବି ପଠେଇଥିଲା।

ତେବେ ଘଟଣା ପରେ ଖବର ପାଇ ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୋଷ୍ଟମର୍ଟମ ପରେ ଶବ ଗାଁରେ ପହଞ୍ଚିବା ପରେ ପୁଣି ବିବାଦ ଆରମ୍ଭ ହୋଇଥିଲା। ଉତ୍ୟକ୍ତ ଗାଁ ଲୋକେ ପ୍ରେମିକା ଓ ତା’ ମା’କୁ ଆତ୍ମହତ୍ୟା ପାଇଁ ଦୋଷୀ କହି ମାରପିଟ୍ କରିଥିଲେ। ଏଥିସହ ଶବ ଆଙ୍ଗୁଠି ନେଇ ଜବରଦସ୍ତି ଝିଅକୁ ସିନ୍ଦୁର ପିନ୍ଧାଇଥିଲେ। ଅଭିଯୋଗ ପରେ ପୋଲିସ ଏବେ ମାରପିଟ୍ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.