ଗଜପତି: ମୋହନା ସାଇ ମନ୍ଦିର ନିକଟରୁ ଉଦ୍ଧାର ହେଲା କୋଳଥିଆ ନାଗ ସାପ

ମୋହନା(କେନ୍ୟୁଜ) : ଗଜପତି ଜିଲ୍ଲା ମୋହନା ସ୍ଥିତ ଭଗ୍ନ ଅବସ୍ଥାରେ ରହିଥିବା ଶ୍ରୀ ସତ୍ୟସାଇ ବାବାଙ୍କ ମନ୍ଦିର ନିକଟରୁ ଏକ କୋଳିଥିଆ ନାଗସପ ଉଦ୍ଧାର। ସାପଟି ମନ୍ଦିର ନିକଟ ଏକ ପରିତ୍ୟକ୍ତ ଘର ସମ୍ମୁଖର ପଥର ଗଦାରେଥିଲା। କୌଶଳ କରି ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରିଛି ମୋହନା ବନ ବିଭାଗ। ସାପଟି କିଛିଦିନ ଧରି ଅଞ୍ଚଳରେ ବୁଲୁଥିବା ସ୍ଥାନୀୟ ଜନ ସାଧାରଣ ଦେଖି ଆସୁଥିଲେ l

ସୋମବାର ଅପରାହ୍ନ ସମୟରେ ଉକ୍ତ ସାପଟି ପଥର ଗଦା ଭିତରକୁ ପଶୁଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସାପ ଧରା କ୍ଲଚର୍ ସାହାଯ୍ୟରେ ସାପଟିକୁ କାବୁ କରିଥିଲେ। ପରେ ସୁରକ୍ଷିତ ଭାବେ ସ୍ଥାନୀୟ ଅଠରନଳା ଜଙ୍ଗଲରେ ଛାଡି ଦେଇଛନ୍ତି l

Leave A Reply

Your email address will not be published.