ଏହି ସବୁ ଜିନିଷ ସେବନ କରିବା ଦ୍ୱାରା ଘନ ଓ ଲମ୍ବା ହୋଇଥାଏ ଆଖିପତାର କେଶ, ନିଶ୍ଚୟ କରନ୍ତୁ ଡାଏଟରେ ସାମିଲ
ଘନ ପଲକ ସବୁ ମହିଳାଙ୍କ ସ୍ୱପ୍ନ ହୋଇଥାଏ। ବିବାହ କି ଅନ୍ୟ କୌଣସି ପାର୍ଟିରେ ପଲକକୁ ଘନ ଏବଂ ଲମ୍ବା ଦେଖାଇବା ପାଇଁ ଅନେକ ମହିଳା ନକଲି ଆଇ ଲାସେସ ବ୍ୟବହାର କରିଥାନ୍ତି। କିନ୍ତୁ ଏହାକୁ ଆପଣ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିପାରି ନ ଥାନ୍ତି। ଏମିତି ସ୍ଥିତିରେ ଜରୁରୀ କି, ଆପଣ ପ୍ରାକୃତିକ ଉପାୟରେ ହିଁ ନିଜ ଆଇ ଲାସେସକୁ ବଢ଼ାନ୍ତୁ। ଏହାକୁ ଘନ ଏବଂ ଲମ୍ବା କରିବା ପାଇଁ ମସ୍କାରା କି ଅନ୍ୟ କୌଣସି ବିଉଟି ପ୍ରଡକ୍ଟ ବ୍ୟବହାର କରିବା ଆବଶ୍ୟକ ନାହିଁ। ଆପଣ ନିଜ ଡାଏଟରେ ଏମିତି କିଛି ଜିନିଷ ସାମିଲ କରନ୍ତୁ, ଯଦ୍ଦ୍ୱାରା ଆପଣଙ୍କ ଆଇ ଲାସେସ ଘନ ଦେଖାଯିବ। ଆସନ୍ତୁ ଜାଣିବା ଏହା ବିଷୟରେ।
୧. ଡ୍ରାଏ ଫରୁଟ୍ସ: ଏହାକୁ ସେବନ କଲେ ଆଖି ପତାର କେଶ ଜଲଦି ବଢ଼ିଥାଏ।
୨. ଛତୁ: ଛତୁରେ ଭିଟାମିନ B3 ଭରପୂର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରର କ୍ୟାରେଟିନ ବଢ଼ିବାରେ ଲାଗିଥାଏ। ଏହା ଆପଣଙ୍କ ଆଖି ପତାର କେଶକୁ ଘନ ଏବଂ ଲମ୍ବା କରିବାରେ ସାହାଯ୍ୟ କରିଥାଏ।
୨. ଭିଟାମିନ ଏ ଏବଂ ଭିଟାମିନ ସି ଯୁକ୍ତ ଫଳ: ଯେଉଁ ଫଳ ଏବଂ ପରିବାରେ ଭିଟାମିନ ଏ ଓ ଭିଟାମିନ ସି ଭରପୂର ମାତ୍ରାରେ ରହିଛି, ତାହାକୁ ସେବନ କରନ୍ତୁ। କାରଣ, ଏହାଦ୍ୱାରା ଆଖି ପତାର କେଶକୁ ଘନ, ଲମ୍ବା ତଥା ମଜଭୁତ କରାଯାଇ ପାରିଥାଏ।
୪. ଅଲିଭ ଅଏଲ: ଶୋଇବା ପୂର୍ବରୁ ମୁହଁକୁ ଭଲ ଭାବେ ଧୋଇ ଆଖି ପତାର କେଶରେ ଅଲିଭ ଅଏଲ ଲଗାଇ ପାରିବେ।
୫. ଅଣ୍ଡା: ଏଥିପାଇଁ ଅଣ୍ଡା ମଧ୍ୟ ବେଶ ଲାଭଦାୟକ ହୋଇଥାଏ। ଆଖି ପତାର କେଶ ଶରୀରର କ୍ୟାରେଟିନରୁ ତିଆରି ହୋଇଥାଏ, ଯାହାକୁ ଏକ ପ୍ରକାରର ପ୍ରୋଟିନ କୁହାଯାଇଥାଏ।