ପିଆଜ ଓ ରୋଷେଇ ଘରୁ ସଂକ୍ରମଣ ହୋଇପାରେ ବ୍ଲାକ୍‌ ଫଙ୍ଗସ୍‌, ସାବଧାନ ରହିବା ଜରୁରୀ

ଧାନବାଦ :  କରୋନା ପରେ ଏବେ ବ୍ଲାକ୍‌ ଫଙ୍ଗସ ସବୁଠୁ ମାରତ୍ମକ ହୋଇ ଉଠିଛି । ଏଥିରେ ମଧ୍ୟ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ତେବେ ଏହି ବ୍ଲାକ୍‌ ଫଙ୍ଗସ ସଦ୍ୟ ବାହାରି ନାହିଁ । ଏହା ପୂର୍ବରୁ ମଧ୍ୟ ବାୟୁ ମଣ୍ଡଳରେ ରହିଛି । ଏହା ମଧ୍ୟ ଆମ ରୋଷେଇ ଘରେ ଦେଖିବାକୁ ମିଳିଥାଏ । ଯଦିଓ ଆମେ ଏହାପ୍ରତି ନଜର ଦେଇ ନଥାଉ । ରୋଷେଇ ଘରେ ଥିବା ପିଆଜରେ ଦେଖିବାକୁ ମିଳିଥାଏ ଏହି ବ୍ଲାକ୍‌ ଫଙ୍ଗସ । ପିଆଜ ଉପରେ ଏକ କଳା ଆସ୍ତରଣ ଦେଖିବାକୁ ମିଳିଥାଏ । ତାହା ହିଁ ବ୍ଲାକ୍‌ ଫଙ୍ଗସ ବୋଲି ଧାନବାଦର ଜଣେ ବରିଷ୍ଠ ଡାକ୍ତର ଅରୁଣ କୁମାର ଚୌଧୁରୀ କହିଛନ୍ତି କହିଛନ୍ତି । ତେଣୁ ରୋଷେଇ ଘରୁ ମଧ୍ୟ ବ୍ଲାକ ଫଙ୍ଗସ ସଂକ୍ରମଣକୁ ଅସ୍ୱୀକାର କରିହେବନି ବୋଲି ସେ କହିଛନ୍ତି ।

କେବଳ ସେତିକି ନୁହେଁ ଫ୍ରିଜ୍‌ରେ ଥିବା ଖାଦ୍ୟ ପଦାର୍ଥ ମଧ୍ୟ ବହୁ ଦିନ ରହିଯିବା ପରେ ସେଥିରେ ପଡ଼ିଥିବା ଏକ ପ୍ରକାର କଳା ପଦାର୍ଥ ମଧ୍ୟ ବ୍ଲାକ୍‌ ଫଙ୍ଗସ । ପୂର୍ବରୁ ଏହା ମନୁଷ୍ୟର ପ୍ରତିରୋଧକ ଶକ୍ତି ପାଖରେ ହାର ମାନୁଥିବାରୁ ସହଜରେ ସଂକ୍ରମଣ କରିପାରୁ ନଥିଲା ।

ପ୍ରତିରୋଧକ ଶକ୍ତି କମ୍‌ ହେଲେ ଶରୀର ହୋଇଥାଏ ପ୍ରଭାବିତ

ଡାକ୍ତରଙ୍କ ମତରେ ଏହା କୌଣସି ନୂଆ ରୋଗ ନୁହେଁ । ପୂର୍ବରୁ ମଧ୍ୟ ଆମ ଆଖପାଖରେ ରହିଥିଲା । ହେଲେ ଏବେ କରୋନା ସଂକ୍ରମଣ ପରେ ଶରୀରର ପ୍ରତିରୋଧକ ଶକ୍ତି ହ୍ରାସ ପାଉଥିବାରୁ ଏହା ଶରୀରକୁ ସଂକ୍ରମିତ କରୁଛି ବୋଲି ଡାକ୍ତର ଚୌଧୁରୀ କହିଛନ୍ତି ।

ଏହି ଫଙ୍ଗସ ବହୁ ପ୍ରକାର ହୋଇଥାଏ

ବ୍ଲାକ୍‌ ଫଙ୍ଗସ କେତେ ପ୍ରକାର ହୋଇଥାଏ । ଏହା ଫଳ, ପନିପରିବା, ବ୍ରେଡ୍‌ ଓ କାଠ ଆଦିରେ ମଧ୍ୟ ମିଳିଥାଏ । ଏହି ସବୁ ସ୍ଥାନରେ ଏହା ଧଳା, ହଳଦିଆ ଆଦି ଭିନ୍ନ ରଙ୍ଗରେ ଦେଖିବାକୁ ମିଳିଥାଏ । ଘରେ ଯେଉଁଠି ବି ସନ୍ତସନ୍ତିଆ ସ୍ଥାନ ଦେଖାଯାଏ ସେଠାରେ ଏହି ଫଙ୍ଗସର ଉତ୍ପତ୍ତି ହୋଇଥାଏ । ତେଣୁ କରୋନା କାଳରେ ଘର ସର୍ବଦା ସଫା ସୁତର ରଖିବା ଉପରେ ଧ୍ୟାନ ଦେବା ଉଚିତ୍‌ । ଯେପରି ଏହି ଫଙ୍ଗସ ଘରେ ଉତ୍ପତ୍ତି ନହୁଏ । କରୋନା ସଂକ୍ରମଣ ପରେ ଶରୀରର ପ୍ରତିରୋଧକ ଶକ୍ତି ଦୁର୍ବଳ ହେଉଥିବାରୁ ଏହା ସହଜରେ ଆକ୍ରମଣ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.