ମୋତେ ସ୍ତ୍ରୀ ଭାବରେ ଗ୍ରହଣ କରିବୁ, ନା କିରୋସିନି ଢ଼ାଳି ମରିବି

ବଲାଙ୍ଗୀର(କେ ନ୍ୟୁଜ): ବଲାଙ୍ଗୀର ସହରରେ କିଛିଦିନ ତଳେ ପ୍ରେମ ପାଇଁ ବନ୍ଧୁକ ମୁନରେ ପରିବାରକୁ ଦୀର୍ଘ ଛଅ ଘଣ୍ଟା ଧରି ବନ୍ଧକ ରଖିବା ଘଟଣାର ଚର୍ଚ୍ଚା ଥମିନାହିଁ ହେଲେ ଆଜି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀର ମାନ୍ୟତା ଦାବିରେ ପ୍ରେମିକ ଘର ଆଗରେ ଧାରଣାରେ ବସିଛି ପ୍ରେମିକା । ଏଭଳି ଅଭାବନିୟ ଘଟଣା ଦେଖବାକୁ ମିଳିଛି ଆଗଲପୁର ବ୍ଲକ କଳାସର ଗ୍ରାମରେ । ସୂଚନା ଅନୁସାରେ ଏହି ଗ୍ରାମର ପିନ୍ଟୁ ଚନ୍ଦନ ଏବଂ ଜଣେ ଦଳିତ ଯୁବତୀ ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ଉଭୟ ବିବାହ କରିବା ପାଇଁ ଘର ଛାଡି ଫେରାର ମଧ୍ୟ ହୋଇ ଯାଇଥିଲେ ।

ବେଲପାହାଡରେ କିଛି ଦିନ ରହିବା ପରେ ଯୁବତୀକୁ ଛାଡ଼ି ପ୍ରେମିକ ପିଣ୍ଟୁ କୁଆଡେ ଚାଲି ଯାଇଥିଲେ । ନ୍ୟାୟ ପାଇଁ ପୀଡିତା ଲୋଇସିଂହା ପୋଲିସର ସହାୟତା ପାଇଁ ନିବେଦନ କରିବା ସହ ନ୍ୟାୟ ପାଇବା ଆଶାରେ ପ୍ରେମିକ ଘର ଆଗରେ ଧାରଣାରେ ବସିଅଛି। । ଯଦି ନ୍ୟାୟ ନ ପାଇବ ତା ହେଲେ ନିଜ ଦେହରେ କିରୋସିନୀ ଢାଳି ଆତ୍ମାହୁତି ଦେବାକୁ ପ୍ରେମିକା ଧମକ ଦେଇଛି । ଏବେ ଘଟଣାର ତଦନ୍ତ କରୁଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.