ଆସନ୍ତା ୩୦ରୁ ରାଜ୍ୟରେ ଶିଶୁମାନଙ୍କୁ ଦିଆଯିବ ନିମୋନିଆ ଟିକା, ଉପକୃତ ହେବେ ୮ଲକ୍ଷ ଶିଶୁ

ଭୁବନେଶ୍ବର(କେନ୍ଯୁଜ୍): ଚଳିତ ମାସ ୩୦ ତାରିଖରୁ ରାଜ୍ୟରେ ଶିଶୁମାନଙ୍କୁ ନିମୋନିଆ ଟିକା ଦିଆଯିବ। ପିଲାମାନଙ୍କୁ ଦିଆଯାଉଥିବା ନିୟମିତ ଟିକାରେ ଏଣିକି ନିମୋନିଆ ଟିକା ସାମିଲ ହେବ। ଏହା ଦ୍ୱାରା ରାଜ୍ୟର ପ୍ରାୟ ୮ଲକ୍ଷ ଶିଶୁ ଉପକୃତ ହେବେ।

ପ୍ରଥମ ଦିନରେ ପ୍ରତ୍ୟେକ କେନ୍ଦ୍ରରେ ଦେଢ ମାସ ବୟସର ୩ରୁ ୫ଜଣ ପିଲାଙ୍କୁ ଆନୁଷ୍ଠାନିକ ଭାବେ ଟିକା ଦିଆଯିବ। ସମ୍ଭାବ୍ୟ ତୃତୀୟ ଲହର ଆସିବା ନେଇ ପୂର୍ବାନୁମାନ କରାଯାଉଥିବା ବେଳେ ପିଲାଙ୍କ ପାଇଁ କୋଭିଡ଼ ଟିକା ଆସିପାରିନାହିଁ। ଏପରି ସ୍ଥଳେ ନିମୋନିଆ ଟିକା ବେଶ ଉପାଦେୟ ହେବ ବୋଲି ଆଶା କରାଯାଉଛି। ଏନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.