ପ୍ରତି ଜିଲ୍ଲାରେ କରୋନା ମୃତ୍ୟୁର କଣ ରହିଛି ସ୍ଥିତି? ସବିଶେଷ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ଯୁଜ୍): କରୋନା ମୃତ୍ୟୁ ଘଟଣାରେ ହାଇକୋର୍ଟଙ୍କ ଜବାବ ତଲବ। ପ୍ରତି ଜିଲ୍ଲାରେ କରୋନା ମୃତ୍ୟୁର କଣ ସ୍ଥିତି ରହିଛି ସେନେଇ ସବିଶେଷ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରାଯାଉନଥିବା ଅଭିଯୋଗ ହୋଇଛି।

ଏନେଇ ଆଇନଜୀବୀ ନିଶିକାନ୍ତ ମିଶ୍ର ଦାୟର କରିଥିବା ଜନସ୍ୱାର୍ଥ ଆବେଦନକୁ ଓଡ଼ିଶା ହାଇକୋର୍ଟ PIL ରୁଲସ୍‌ ପାଳନ କରାଯାଇନଥିବାରୁ ଖାରଜ କରିଦେଇଛନ୍ତି। କିନ୍ତୁ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରାଯାଉନଥିବା ଅଭିଯୋଗ ପ୍ରସଙ୍ଗକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। କରୋନା ସଂକ୍ରମଣ ସ୍ଥିତି ସମ୍ପର୍କିତ ବିଚାରାଧୀନ ଅନ୍ୟ ଏକ ଜନସ୍ୱାର୍ଥ ଆବେଦନ ସହିତ ଏହି ପ୍ରସଙ୍ଗ ଉପରେ ଜୁଲାଇ ୫ରେ ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସ୍ଥିତି ନେଇ ସ୍ୱାସ୍ଥ୍ୟ ସଚିବ ତଦନ୍ତ କରିଛନ୍ତି କି ନାହିଁ ସେନେଇ ଅବଗତ କରାଇବାକୁ ଆଡଭୋକେଟ୍‌ ଜେନେରାଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.