ଆଠଗଡ(କେନ୍ଯୁଜ୍): କରୋନା ସହ ଲଢ଼ିବା ପାଇଁ ସାରା ଦେଶରେ ଆରମ୍ଭ ହୋଇଛି ଟିକାକରଣ । ଏନେଇ ଲୋକମାନଙ୍କ ଭିତରେ ଟିକା ନେବାକୁ ମଧ୍ଯ ବେଶ୍ ଆଗ୍ରହ ପ୍ରକାଶ ପାଇଛି। ଏହାରି ଭିତରେ ଟିକାର ଅଭାବ ମଧ୍ଯ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଖରା ତରାରେ ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେଉଛନ୍ତି । ଯାହାକୁ ନେଇ ଲୋକମାନଙ୍କ ଭିତରେ ଅସନ୍ତୋଷ ମଧ୍ଯ ପ୍ରକାଶ ପାଇଛି ।
ତେବେ ଏହି ସମସ୍ଯାକୁ ନେଇ ଲୋକେ ବ୍ଯବହାର କରିଛନ୍ତି ଟେକା ଉପାୟ। ଏଭଳି ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ବ୍ଲକ ବ୍ରହ୍ମପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି । ଯଦି ସାରା ରାତି ଅନିଦ୍ରା ଭାବେ ଜଗିକି ନ ରହିବ ତେବେ ଟିକା ମିଳିବ ନାହିଁ। ଯେଉଁଥି ପାଇଁ ଲୋକମାନେ ରାତି ରୁ କାଗଜରେ ନାଁ ଲେଖି ଲାଇନରେ ରଖିଛନ୍ତି ଏବଂ ରାତି ଅନିନ୍ଦ୍ର ରହି ଜଗି ରହିଛନ୍ତି।
ଆଠଗଡ଼ ଅଞ୍ଚଳର ଗୁରୁଡ଼ିଝାଟିଆ ଅଞ୍ଚଳରେ କୋଭିଡ ଟିକା ନେବା ପାଇଁ ପୂର୍ବରୁ ଦେଖାଯାଇଥିଲା ଆଧାର ଲାଇନ୍, ଆଉ ବର୍ତ୍ତମାନ ବ୍ରହ୍ମପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖା ଯାଇଛି ଟେକା ଲାଇନ। ଏମିତି ଘଟଣା ସାରା ଆଠଗଡ ଅଞ୍ଚଳରେ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।