ଖୋର୍ଦ୍ଧା-ଜଟଣୀରେ ବୀଭତ୍ସ ହତ୍ୟାକାଣ୍ଡ, ବେକ କାଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଖୋର୍ଦ୍ଧା(କେନ୍ଯୁଜ୍): ଖୋର୍ଦ୍ଧା-ଜଟଣୀରେ ବୀଭତ୍ସ ହତ୍ୟାକାଣ୍ଡ। ବେକ କାଟି ସ୍ତ୍ରୀ କୁ ହତ୍ୟା କଲା ସ୍ବାମୀ। ଜଟଣୀ ଥାନା ସହରର ପାଇକାରାୟପୁର ଗ୍ରାମରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ବାମୀ।

ମୃତକ ହେଲେ ପୂଜା ମଲ୍ଲିକ। ଟଙ୍କା ପଇସାକୁ ନେଇ ସ୍ବାମୀ ସୁକାନ୍ତ ମଲ୍ଲିକ ସ୍ତ୍ରୀକୁ ହତ୍ୟା କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଜଟଣୀ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ସ୍ବାମୀ ସୁକାନ୍ତ ମଲ୍ଲିକକୁ ଥାନାରେ ଅଟକ ରଖିଛି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.