ଯାଜପୁର ଟାଉନ(କେନ୍ୟୁଜ୍): ଆବାସ ବଣ୍ଟନ ଅନିୟମିତତାକୁ ନେଇ ବ୍ଲକ ସମ୍ମୁଖରେ ଧାରଣାରେ ବସିଲେ ପଞ୍ଚାୟତ ବାସୀ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ପାଲଟପୁର ଅଞ୍ଚଳରେ । ପଞ୍ଚାୟତର ବହୁତ ଲୋକେ ସରକାରୀ ଆବାସ ତଥା- ଇନ୍ଦିରା ଆବାସ, ମୋ-କୁଡିଆ, ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ବାଦ ପଡିଛନ୍ତି। ଯାହାଫଳରେ ଆଜି ପାଲଟପୁର ପଞ୍ଚାୟତର ଆବାସ ତାଲିକାରୁ ବାଦ ପଡ଼ିଥିବା ହିତାଧିକରି ଦଶରଥପୁର ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି। ପାଲଟପୁର ପଞ୍ଚାୟତରେ ରାଜନୈତିକ ଉଦେଶ୍ୟ ରଖି ପାତରନ୍ତର କରାଯାଉଛି ବୋଲି ସାଧାରଣ ଲୋକେ ଦାବି କରିଛନ୍ତି।
ସରକାରୀ ସହାୟତା ଗୁଡିକୁ ଦଳୀୟ ହିସାବରେ ବଣ୍ଟନ କରାଯାଉଛି । ଯାହାଫଳରେ ଯୋଗ୍ୟ ହିତାଧିକାରୀମାନେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ବ୍ଲକର ଅଧ୍ୟକ୍ଷା ଶ୍ରୀମତୀ ସୁଜାତା ସାହୁ ଏବଂ ଜିଲ୍ଲା ସଭାପତି ସରୋଜ କୁମାର ସାହୁ ଧାରଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିବା ସହ ଆବାସ ତାଲିକାରୁ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ପାଲଟପୁର ପଞ୍ଚାୟତରେ ତଦନ୍ତକରି ଆବାସ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ପ୍ରତିଶୃତି ଦେବା ପରେ ବ୍ଲକ ସମ୍ମୁଖରେ ବସିଥିବା ପାଲଟପୁର ପଞ୍ଚାୟତବାସୀ ଧାରଣା ସ୍ଥଳରୁ ଉଠିଥିଲେ ।