Below header

ଦିନର କେଉଁ ସମୟରେ ଫଳ ଆହାର କରିବା ସର୍ବୋତ୍ତମ, ଜାଣନ୍ତୁ କ’ଣ କହୁଛି ଆୟୁର୍ବେଦ

ଅଧିକାଂଶ ଲୋକ ଖାଦ୍ୟ ଖାଇବା ପରେ ଫଳ ଖାଇବାକୁ ଇଚ୍ଛା କରିଥାଆନ୍ତି। ଅଫିସ ହେଉ କି ଘର, ଖାଇବା ପରେ ଫଳ ଖାଇବା ସାଧାରଣ କଥା। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଏମିତି ଅନେକ ଫଳ ଅଛି, ଯାହାକୁ ଖାଇବା ପରେ ଆଦୌ ଖାଇବା ଉଚିତ ନୁହେଁ। ଯଦି ଆପଣ ଏହି ଫଳଗୁଡ଼ିକୁ ଭୋଜନ ପରେ ଖାଇବେ, ତ ଲାଭ କମ୍‌, କ୍ଷତି ଅଧିକ ହେବ।

ଫୁଡ୍‌ ଏକ୍ସପର୍ଟ କହିଥାଆନ୍ତି କି, ଫଳ ଖାଇବାର ଉଚିତ ସମୟ ହୋଇଥାଏ ସକାଳ। ଆୟୁର୍ବେଦ ମଧ୍ୟ ଏହା କହିଥାଏ। ଖଟା ଫଳକୁ ଛାଡ଼ି ବାକି ଫଳଗୁଡ଼ିକୁ ଖାଲି ପେଟରେ ଖାଇବା ସର୍ବୋତ୍ତମ। ଆୟୁର୍ବେଦ ଅନୁସାରେ, ଭୋଜନ ପରେ ଫଳ ଖାଇବା ଉଚିତ ନୁହେଁ। କାରଣ, ଏହାଦ୍ୱାରା ପାଚନ ତନ୍ତ୍ର ପୂରା ପ୍ରଭାବିତ ହୋଇଥାଏ।

ଖାଇବା ପରେ କେଉଁ ଫଳ ଖାଇବା ଉଚିତ ନୁହେଁ

୧. ଆମ୍ବ ସେବନ କରିବା ଉଚିତ ନୁହେଁ। ଏଥିରେ ସୁଗାର ମାତ୍ରା ଅଧିକ ରହିଥାଏ, ଯାହାକି ବ୍ଲଡ୍‌ ସୁଗାର ଲେବଲକୁ ବଢ଼ାଇ ଦେଇପାରେ। ଡାଇବେଟିସ୍‌ ରୋଗୀ ବିଲ୍‌କୁଲ ଏହାକୁ ସେବନ କରନ୍ତୁ ନାହିଁ। ଭୋଜନର ୧ ଘଣ୍ଟା ପୂର୍ବରୁ କିମ୍ବା ପରେ ଏହାକୁ ସେବନ କରିପାରିବେ।

୨. କଦଳୀ ଶରୀରରେ କ୍ୟାଲୋରୀ ଏବଂ ଗ୍ଲୁକୋଜ ଲେବଲକୁ ବଢ଼ାଇ ଦେଇଥାଏ।

୩. ତରଭୁଜ ଖାଇବାର ଉଚିତ ସମୟ ହେଉଛି ଦ୍ୱିପ୍ରହର। ରାତିରେ ଖାଇବା ପରେ ଏହାକୁ ସେବନ କରିବା ଉଚିତ ନୁହେଁ।

୪. ଭୋଜନ କରିବା ଏବଂ ଅଙ୍ଗୁର ଖାଇବା ମଧ୍ୟରେ ଅନ୍ତର ରହିବା ବହୁତ ଆବଶ୍ୟକ।

୫. ମୌସମ୍ବିରେ ଗ୍ଲୁକୋଜ ରହିଛି। ଏଥିରୁ ଶକ୍ତି ମିଳିଥାଏ। ଏହାକୁ ଦ୍ୱିପ୍ରହର ସମୟରେ ସେବନ କରିବା ଉଚିତ। ଏହା ଡିହାଇଡ୍ରେଶନ ସମସ୍ୟାକୁ ଦୂର କରିଥାଏ।ଖରାକୁ ବାହାରିବାର କିଛି ସମୟ ପୂର୍ବରୁ ଏହାକୁ ସେବନ କରନ୍ତୁ।

୬. ଭିଟାମିନ-ସିରେ ଭରପୂର କମଳାର ସେବନ ଖାଇବାର ୧ ଘଣ୍ଟା ପୂର୍ବରୁ ନଚେତ୍‌ ୧ ଘଣ୍ଟା ପରେ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.