ଆଜି ରାଜ୍ୟର ୧୯ ଜିଲ୍ଲାରେ ବର୍ଷା ସମ୍ଭାବନା, ୨୪ ଘଣ୍ଟା ମଧ୍ୟରେ ବର୍ଷା ସହ ବଜ୍ରପାତ ପୂର୍ବାନୁମାନ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ ଆଜି ୧୯ ଜିଲ୍ଲାରେ ବର୍ଷା ସମ୍ଭାବନା । ୨୪ ଘଣ୍ଟା ମଧ୍ୟରେ ବର୍ଷା ସହ ବଜ୍ରପାତ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୧୯ ଜିଲ୍ଲାକୁ ସତର୍କ କରାଯାଇଛି । ଆସନ୍ତା ୭,୮ ତାରିଖରୁ ରାଜ୍ୟରେ ବର୍ଷା ବଢିବ। ସେହିପରି ୧୨ରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟରେ ଆସନ୍ତା ୧୩ରୁ ପ୍ରବଳ ବର୍ଷା ହେବ। ସମୁଦ୍ର ପତ୍ତନରୁ ୧.୫ କିମି ଉପରେ ଏକ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଛି। ଯାହା ଉତ୍ତର-

ପୂର୍ବରୁ ବିହାରରୁ ଦକ୍ଷଇଣ ଓଡ଼ିଶା ଊପକୂଳ ଯାଏ ଲମ୍ବିଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିଛି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି ହୋଇଛି। ଟିଟିଲାଗଡରେ ସର୍ବାଧିକ ୫୪ମିମି ବର୍ଷା ରେକର୍ଡ ହୋଇଛି। ଜୁଲାଇ ୪ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୧୮ ପ୍ରତିଶତ କମ୍‌ ବର୍ଷା ହୋଇଥିବାବେଳେ ୧୪ ଜିଲ୍ଲାରେ ନିଅଣ୍ଟ ପରିମାଣ ଅଧିକ ରହିଛି।

Leave A Reply

Your email address will not be published.