କେନ୍ୟୁଜ୍(ବ୍ୟୁରୋ): ଅଗଷ୍ଟ ୨୭ରେ ହେବ OPSC ସିଭିଲ ସର୍ଭିସେସ ପ୍ରିଲିମିନାରୀ-୨୦୨୦ ପରୀକ୍ଷା । ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁରରେ ହେବ ପରୀକ୍ଷା । ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍ ପେପର୍-୧ । ଏବଂ ଦିନ ୧. ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍ ପେପର୍-୨ ପରୀକ୍ଷା ହେବ ।
ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ପ୍ରତି ପେପର୍ରେ ମିଳିବ ୪୦ ମିନିଟ୍ ଅଧିକ ସମୟ । ପରୀକ୍ଷାର୍ଥୀ ମାନେ HTTP://OPSC.GOV.IN ରେ ଆଡମିଶନ ସାର୍ଟିଫିକେଟ ଓ ନିୟମାବଳୀ ଡାଉନଲୋଡ଼ କରିପାରିବେ ।