ଅଗଷ୍ଟ ୨୭ରେ OPSC ସିଭିଲ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା, ଏହି ସବୁ ସହରରେ ହେବ ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  ଅଗଷ୍ଟ ୨୭ରେ ହେବ OPSC ସିଭିଲ ସର୍ଭିସେସ ପ୍ରିଲିମିନାରୀ-୨୦୨୦ ପରୀକ୍ଷା । ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁରରେ ହେବ ପରୀକ୍ଷା । ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍‌ ପେପର୍‌-୧ । ଏବଂ ଦିନ ୧. ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍‌ ପେପର୍‌-୨ ପରୀକ୍ଷା ହେବ ।

ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ପ୍ରତି ପେପର୍‌ରେ ମିଳିବ ୪୦ ମିନିଟ୍‌ ଅଧିକ ସମୟ । ପରୀକ୍ଷାର୍ଥୀ ମାନେ HTTP://OPSC.GOV.IN ରେ ଆଡମିଶନ ସାର୍ଟିଫିକେଟ ଓ ନିୟମାବଳୀ ଡାଉନଲୋଡ଼ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.