Below header

ବାହୁଡିବେ ମହାପ୍ରଭୁ: ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହେଲା ଚୂଡାନ୍ତ

ପୁରୀ(କେନ୍ୟୁଜ୍):  ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଭୋର ୪ଟାରେ ହେବ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ। ୪ଟା ୧୫ରେ ମଇଲମ, ତଡ଼ପଲାଗି, ରୋଷହୋମ ହେବ। ସକାଳ ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟ ପୂଜା, ୫ଟା ୩୦ରେ ଦ୍ୱାରପାଳ ପୂଜା, ବେଶ ଶେଷ ହୋଇ ୫ଟା୪୫ରୁ ୬ଟା୪୫ ମିନିଟ ମଧ୍ୟରେ ଗୋପାଳବଲ୍ଲଭ ହେବ।

ସକାଳ ୭ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ସେନାପଟା ଲାଗି, ୧୧ଟା ୪୫ରେ ମଙ୍ଗଳାର୍ପଣ ହେବ। ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବ ବାହୁଡା ପହଣ୍ଡି। ଅପରାହ୍ନ ଗୋଟାରୁ ଅଢେଇଟା ମଧ୍ୟରେ ବେଶ ଶେଷ ହେବ। ଦିନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା କରିବେ ଗଜପତି ମହାରାଜା। ଦିନ ୩ଟାରୁ ୪ଟା ପର୍ଯ୍ୟନ୍ତ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗି ହେବା ପରେ ଅପରାହ୍‌ଣ ୪ଟାରୁ ରଥଟଣା ପାଇଁ ନୀତି ର୍ନିଘଣ୍ଟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.