କାଲି ଶ୍ରୀମନ୍ଦିରକୁ ଫେରିବେ ମହାବାହୁ, ବାଟରେ ମାଉସୀ ଖୁଆଇବେ ପୋଡ଼ପିଠା

ଆଜି ନବମୀରେ ଶ୍ରୀ ଜଗନ୍ନାଥ ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ଦେଉଛନ୍ତି। ଆସନ୍ତାକାଲି ବାହୁଡ଼ା। ୯ ଦିନ ଧରି ମାଉସୀ ଘରେ ଲୀଳା ଖେଳା କରିବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ପୁଣି ଫେରିବେ ଶ୍ରୀ ମନ୍ଦିରକୁ। ମହାମାୟା ମା ଲକ୍ଷ୍ମୀଙ୍କ ପାଖକୁ। ତେବେ ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବା ପରମ୍ପରା ରହିଛି। ବାହୁଡା ଯାତ୍ରା ଅଵସରରେ ମାଉସୀ ମା’ଙ୍କ ପୂଜକ ବିଶ୍ବନାଥ ମିଶ୍ର ନିଜ ଘରେ ଏହି ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି।

podapitha

ଏହି ପୋଡ଼ପିଠା ପ୍ରସ୍ତୁତି ବି ବେଶ ନିଆରା । ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅ ଆଦିରେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ ହୋଇଥାଏ। ଏହାକୁ ଚକଟା ଯାଇ ପୋଡ଼ପିଠା ଆକାରରେ ଚୁଲିରେ ବସାଯାଇ ବାମ୍ଫରେ ସିଝିବାକୁ ଦିଆଯାଇଥାଏ। ପ୍ରାୟ ୮ ଘଣ୍ଟା ବାମ୍ଫରେ ସିଝିବା ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଆଯାଏ। ଥଣ୍ଡା ହେବା ପରେ ଖଣ୍ଡ ଖଣ୍ଡ କରି କାଟି ଏହାକୁ ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ। ପରେ ତିନି ଠାକୁରଙ୍କୁ ତିନୋଟି କୁଡୁଆରେ ମହାପ୍ରଭୁଙ୍କୁ ସମର୍ପଣ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.