ୟୁକେରେ ମୃତକଙ୍କ ମଧ୍ୟରେ ଅଧିକ ଭ୍ୟାକ୍‌ସିନ ନେଇଥିବା ବ୍ୟକ୍ତି, ଏକ୍ସପର୍ଟ କହିଲେ ଏମିତି କଥା

ନୂଆଦିଲ୍ଲୀ : କରୋନାରୁ ବଞ୍ଚିବାକୁ ହେଲେ ଏକମାତ୍ର ଉପାୟ ଭ୍ୟାକସିନ ନେବା । ସାରା ବିଶ୍ୱର ଲୋକେ ଏବେ ଭ୍ୟାକ୍‌ସିନ (ଟିକା) ଉପରେ ନିର୍ଭର କରିଥିବା ବେଳେ ୟୁକେର ଗବେଷକଙ୍କ ତଥ୍ୟ ଏବେ ପୁଣି ଚିନ୍ତାରେ ପକାଇଛି । ଏପରି ତଥ୍ୟ ଦେଇଛନ୍ତି ପବ୍ଲିକ ହେଲ୍ଥ ଇଂଲଣ୍ଡ (PHE) । ଆସନ୍ତୁ ଜାଣିବା କ’ଣ ରହିଛି ଏଥିରେ ।

ପିଏଚ୍‌ଇ ର ରିପୋର୍ଟ ଅନୁଯାୟୀ, ୟୁକେରେ ଟିକା ଲଗାଇବା ନଥିବା ଲୋକଙ୍କ ତୁଳନାରେ ଟିକା ନେଇଥିବା ଲୋକଙ୍କର ଅଧିକ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁଯାୟୀ ୧ ଫେବ୍ରୁଆରୀ ୨୧ ଜୁନ ମଧ୍ୟରେ କୋଭିଡ ଡେଲ୍ଟା ଭାରିଆଣ୍ଟରେ ସଂ କ୍ରମିତ ହୋଇଥିବା ୨୫୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଏମାନେ ସମସ୍ତେ ଟିକାର ୨ଟି ଡୋଜ୍‌ ନେଇସାରିଥିଲେ । ଏମାନଙ୍କ ମଧ୍ୟରୁ ୧୬୩ ଜଣ ବା ପ୍ରାୟ ୬୩.୪ % ଟିକା ନେଇଥିବା ଲୋକଙ୍କର ମୃତ୍ୟୁ ହୋଇଥିବାର ଜଣାଯାଇଥିଲା ।

vaccine
image credit: aajtak.in

ଏକ୍ସପର୍ଟଙ୍କ କହିବା କଥା ଟିକା ଲଗାଇବା ପରେ କିଛି ଲୋକଙ୍କ ମୃତ୍ୟୁ ହୋଇଥାଏ । ତା’ର ଅର୍ଥ ନୁହେଁ ଯେ ଟିକା କାମ କରୁନାହିଁ । ତେବେ ଅଧିକ ବୟସ୍କ ଲୋକଙ୍କୁ କରୋନା ମୃତ୍ୟୁ ଆଶଙ୍କା ଦୁଇଗୁଣ ଅଧିକ ହୋଇଯାଇଥାଏ । ଯେମିତିକି ଟିକା ଲଗାଇ ନଥିବା ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତଙ୍କ ତୁଳନାରେ ଟିକା ଲଗାଇଥିବା ୭୦ ବର୍ଷ ବୟସ୍କ ବୃଦ୍ଧଙ୍କ ଠାରେ ମୃତ୍ୟୁ ଆଶଙ୍କା ଅଧିକ ଥାଏ ।

ଟିକା ଲଗାଇବା ପରେ ବି ବୃଦ୍ଧଙ୍କ ଠାରେ ଯୁବକଙ୍କ ଅପେକ୍ଷା ମୃତୁ ଆଶଙ୍କା ଅଧିକ ଥାଏ । ତେବେ ଟିକା ଲଗାଇବା ପରେ ସଂକ୍ରମିତ ବ୍ୟକ୍ତି ହସପିଟାଲ ରେ ଭର୍ତ୍ତି ହେବା ଆଶଙ୍କା ପ୍ରାୟ ୯୬ ପ୍ରତିଶତ କମିଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.