ପୁରୀ(କେନ୍ଯୁଜ୍): ଶାନ୍ତି ଶୃଙ୍ଖଳାର ସହ ସରିଲା ମହାପ୍ରଭୁଙ୍କ ମାନବୀୟ ଲୀଳା ଅନ୍ତିମ ପର୍ବ । ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ପୁଣି ନୀଳକନ୍ଦରକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜିଠୁ ପୁଣି ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ।
ଆଜି ବାହାରୁଥିବା ମହାପ୍ରସାଦକୁ ନୀଳାଚଳ ଅବଢା କୁହାଯାଏ । ଭକ୍ତମାନେ କିପରି ସୁବିଧାରେ ଅବଢା ପାଇବେ ସେଥିପାଇଁ ପ୍ରଶାନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।