ଅଭିନେତା ମନୋଜ ବାଜପେୟୀଙ୍କୁ ନେଇ କମେଡିଆନ୍‌ ସୁନୀଲ ପାଲ୍‌ଙ୍କ ଦେଲେ ବିବାଦୀୟ ମନ୍ତବ୍ୟ

କମେଡିଆନ ସୁନିଲ ପାଲ ପର୍ଣ୍ଣୋଗ୍ରାଫୀ ମାମଲାକୁ ନେଇ ଦେଇଛନ୍ତି ବିବାଦୀୟ ଟିପ୍ପଣୀ। ଏହି ମାମଲାକୁ ନେଇ ତାଙ୍କୁ ପ୍ରଶ୍ନ ପଚାରିବା ପରେ ଉତ୍ତର ଶୁଣି ସମସ୍ତେ ହୋଇଯାଇଛନ୍ତି ଆଶ୍ଚର୍ଯ୍ୟ। ସୁନିଲ ପାଲ ମନୋଜ ବାଜପେୟୀଙ୍କ ବିରୋଧରେ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। ଡିଜିଟାଲ ପ୍ଲାଟଫର୍ମରେ ସେଂସରସିପ ନଥିବା କାରଣରୁ ଏହାର ମାତ୍ରା ବଢ଼ିଯାଇଛି ବୋଲି  ସେ କହିଛନ୍ତି।

ମନୋଜଙ୍କୁ ଗିରା ହୁଆ ଆଦମୀ, ବଦତମିଜ୍‌ ବୋଲି କହିଛନ୍ତି ସୁନୀଲ। ଫାମିଲି ମ୍ୟାନକୁ ପର୍ଣ୍ଣ ଫିଲ୍ମ ବୋଲି କହିଛନ୍ତି ସୁନୀଲ ପାଲ। ଏବେ ଏହାକୁ ନେଇ ମନୋଜ ବାଜପେୟୀ ମଧ୍ୟ ମୁହଁ ଖୋଲିଛନ୍ତି। ଏହି ବିବାଦୀୟ ମନ୍ତବ୍ୟକୁ ଶୁଣି ମନୋଜ ସୁନୀଲଙ୍କୁ ଦେଇଛନ୍ତି ଶକ୍ତ ଜବାବ। ଲୋକଙ୍କ ପାଖରେ କାମ ନଥିବା କାରଣରୁ ଏପରି ଅବସ୍ଥାର ସାମ୍ନା କରୁଛନ୍ତି। ସୁନୀଲଙ୍କୁ ମେଡିଟେସନର ଆବଶ୍ୟକତା ରହିଛି । ଏଭଳି ମଜାଳିଆ ମନ୍ତବ୍ୟ ଦେଇ ମନୋଜ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ମନୋଜ ବାଜପେୟୀ ନିକଟରେ ରେ ଫିଲ୍ମରେ ନଜର ଆସିଥିଲେ। ଏହା ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା। ଆସନ୍ତା ୬ ଅଗଷ୍ଟରେ ତାଙ୍କର ଆଗାମୀ ଫିଲ୍ମ ଡାୟଲ ୧୦୦ ଜି୫ରେ ରିଲିଜ ହେବ । ଏଥିରେ ନିନା ଗୁପ୍ତା ଏବଂ ରାକ୍ଷୀ ସାବନ୍ତ ମୁଖ୍ୟ ଭୂମିକାରେ ନଜର ଆସିବେ।

 

Leave A Reply

Your email address will not be published.