ମୟୁରଭଞ୍ଜ: ବିଳମ୍ବିତ ରାତିରେ ଭେରାଇଟ ଷ୍ଟୋର ଗୋଦାମରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା, ପୋଲିସର ଛାନଭିନ୍ ଜାରି

କରଞ୍ଜିଆ(କେନ୍ୟୁଜ୍):  ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହରର ଗୋଲେଇ ଛକ ନିକଟରେ ଏକ ଭେରାଇଟ ଷ୍ଟୋର ଗୋଦାମରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ କାଶୀ ଅଗ୍ରୱାଲଙ୍କ ପୁଅ ଅମିତ ଅଗ୍ରୱାଲଙ୍କ ଗୋଦାମରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହିତ କ୍ୟାସ ବାକ୍ସରୁ ୨ ଲକ୍ଷ ଟଙ୍କା ଚୋରି ହୋଇଯାଇଛି। ଏନେଇ କରଞ୍ଜିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଅମିତ ଅଗ୍ରୱାଲ।  ପ୍ରକାଶ ଥାଉକି ଅମିତ ଅଗ୍ରୱାଲ ଦୁଇ ବର୍ଷ ହେବ କରଞ୍ଜିଆ ଗୋଲେଇ ଛକ ଠାରେ ହିନ୍ଦୁସ୍ତାନ ଲିଭର ଏବଂ ଆଇ.ଟି.ସି ସଂସ୍ଥାର ଡ୍ରିଷ୍ଟିବ୍ୟୁଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।

karanjia

ଆଜି ସକାଳୁ ତାଙ୍କ ବାପା କାଶୀ ଅଗ୍ରୱାଲ ଗୋଦାମକୁ ଆସି ଗେଟ ଖୋଲା ଥିବା ଦେଖିବା ପରେ ଗୋଦାମରେ ଏଣେତେଣେ ଜିନିଷ  ପଡିଥିବା ଦେଖିବାକୁ  ପାଇଥିଲେ। ଏହା ସହ ଡୋରର ଚାବି ଭଙ୍ଗା ଯାଇଥିବା ଦେଖି ପୁଅ ଅମିତକୁ ଖବର ଦେଇଥିଲେ।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ଛାନଭିନ୍ ଆରମ୍ଭ କରିଛି। ଅମିତଙ୍କ  କହିବାନୁସାରେ ଗୋଦାମରୁ ବହୁ ମାତ୍ରାରେ  ସିଗାରେଟ ପେଟି  ଏବଂ ଅଫିସ ଚ୍ୟାମ୍ବରରୁ ଦୁଇ ଲକ୍ଷ ଟଙ୍କା ଚାରି ହୋଇଥିବା କହୁଥିବା ବେଳେ ପୋଲିସ ପକ୍ଷରୁ  ଆଜି ରାତିରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବେ ବୋଲି କରଞ୍ଜିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.