ଭାଇରଲ ହେଉଛି ୨ ବର୍ଷର ଦୁଇ ଶିଶୁଙ୍କ ଡ୍ଯାନ୍ସ ଭିଡିଓ, ଲୋକେ ଦେଖି ହୋଇଗଲେ ତାଜୁବ
ସୋସିଆଲ ମିଡିଆରେ କିଏ କେବେ ଭାଇରଲ ହୋଇଯିବ ତାହା ଜଣାନାହିଁ। ଏମିତି ଅନେକ ଲୋକ ରହିଛନ୍ତି, ଯିଏକି ସୋସିଆଲ ମିଡିଆ ଯୋଗୁଁ ରାତାରାତି ଷ୍ଟାର ପାଲଟିଯାଇଛନ୍ତି। ଏବେ ଇଣ୍ଟରନେଟରେ ଦୁଇଜଣ ପିଲାଙ୍କ ଡ୍ଯାନ୍ସ ଭିଡିଓ ଭାଇରଲ ହେବାରେ ଲାଗିଛି। ପ୍ରଥମ ଭିଡିଓ ଦୁଇବର୍ଷ ପିଲାର ଡ୍ଯାନ୍ସ ଦେଖିବାକୁ ମିଳିଛି। ଯେଉଁଥିରେ ପିଲାଟି କୌଣସି ଗୀତରେ ଧମାକେଦାର ଡ୍ଯାନ୍ସ କରୁଥିବା ନଜର ଆସିଛି। ଏହାକୁ ପାଖରେ ଥିବା ଜଣେ ଲୋକ ନିଜ କ୍ଯାମେରାରେ କଏଦ କରିଛନ୍ତି।
View this post on Instagram
ପାଖାପାଖି ୧୫ ସେକେଣ୍ଡର ଏହି ଭିଡିଓରେ କୌଣସି ପ୍ରଫେସନାଲ ଡ୍ଯାନ୍ସର ଭଳି ସ୍ଲୋ ମୋସନରେ ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି। ପିଲା ନିଜ ଡ୍ଯାନ୍ସ ମଧ୍ୟରେ ଏମିତି ମଜିଯାଇଛି, ତାହା ଭିଡିଓ ଦେଖିଲେ ଆପଣ ନିଶ୍ଚିତ ଜାଣିପାରିବେ।
View this post on Instagram
ସେହିଭଳି ତିନି ବର୍ଷର ପିଲାର ଭିଡିଓ ମଧ୍ୟ ଭାଇରଲ ହେଉଛି। ଭିଡିଓଟି କୌଣସି ବିବାହ ପାର୍ଟିର ଜଣାପଡୁଛି। ଭିଡିଓ ଆରମ୍ଭରେ ପିଲାଟି ନିଜ ଘର ଲୋକଙ୍କ ସାମ୍ନାରେ ଛିଡା ହୋଇଥିବା ବେଳେ କିଛି ସେକେଣ୍ଡରେ ଏମିତି ଡ୍ଯାନ୍ସ କରୁଛି, ଯାହାକୁ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି। ଦୁଇଟି ଯାକ ଭିଡିଓକୁ ଇନଷ୍ଟାଗ୍ରାମରେ କମେଡି ଭିଡିଓ ନାମରେ ଜଣେ ୟୁଜର ସେୟାର କରିଛନ୍ତି।