ଆଚାର୍ଯ୍ୟ ଚାଣକ୍ୟଙ୍କୁ ଆଜି ଭାରତୀୟ ଇତିହାସର ମହାନ ବିଦ୍ୱାନଙ୍କ ସ୍ଥାନ ଦିଆଯାଇଛି। ଆଚାର୍ଯ୍ୟ ଚାଣକ୍ୟ ମହାନ ବିଦ୍ୱାନ ଥିଲେ। ସେ ଅର୍ଥଶାସ୍ତ୍ର, ସମାଜ ଶାସ୍ତ୍ର ଓ ନୀତି ଶାସ୍ତ୍ରରେ ପାରଙ୍ଗମ ଥିଲେ । ତାଙ୍କ ଜ୍ଞାନ ସାହାଯ୍ୟରେ ସେ ମାନବ ଜାତି ପାଇଁ ଅନେକ ଭଲ କାମ କରିଛନ୍ତି। ମହାନ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ‘ଚାଣକ୍ୟ ନୀତି’ରେ ନିଜ ଜୀବନର ଅନୁଭବକୁ ଉଲ୍ଲେଖ କରିଛନ୍ତି।
ତାଙ୍କ ଉପଦେଶ ମାନିଥିବା ଲୋକ କେବେ ବି ବିପଦରେ ପଡ଼ି ନଥାନ୍ତି । ଆଚାର୍ଯ୍ୟ ଖାଦ୍ୟ ସମ୍ପର୍କିତ ଅନେକ ନିୟମ ବିଷୟରେ କହିଛନ୍ତି । ଏହାକୁ ମାନି ଚଳିଲେ ଶରୀର ସୁସ୍ଥ ରହିବା ସହ ଜୀବନ ସୁଖମୟ ହୋଇଥାଏ । ଆସନ୍ତୁ ଜାଣିବା ଚାଣକ୍ୟ କହିଥିବା ସ୍ୱାସ୍ଥ୍ୟ ସମ୍ପର୍କିତ କିଛି ଉପଦେଶ ।
ରାଗ ବଢ଼ତ ହେ ଶାକତେ, ପୟ ସେ ବଢ଼ତ ଶରୀର ।
ଘୃତ ଖାୟେ ବୀରଜ ବଢ଼େ, ମାଂସ ମାଂସ ଗମ୍ଭୀର ।।
ଅର୍ଥାତ : ଏହି ଶ୍ଲୋକ ମାଧ୍ୟମରେ ଚାଣକ୍ୟ କହିଛନ୍ତି, ଶାଗ ଖାଇଲେ ରୋଗ ବଢ଼ିଥାଏ ଏବଂ ଦୁଧ ପିଇଲେ ଶରୀର ବଳବାନ ହୋଇଥାଏ । ଘିଅ ଖାଇଲେ ବୀର୍ଯ୍ୟ ବୃଦ୍ଧି ହୋଇଥାଏ । ମାଂସ ଖାଇଲେ ଶରୀରରେ ମାଂସ ବୃଦ୍ଧି କରିଥାଏ ।
ଚୁର୍ଣ୍ଣ ଦଶ ଗୁଣ ଅନ୍ନ ତେ, ତା ଦଶଗୁଣ ପୟ ଜାନ ।
ପୟସେ ଅଠଗୁଣ ମାଂସ ତେ ତେହି ଦଶଗୁଣ ଘୃତ ମାନ ।।
ଅର୍ଥାତ : ଏହି ଶ୍ଲୋକ ମାଧ୍ୟମରେ ଚାଣକ୍ୟ କହିଛନ୍ତି, ସିଧା ଶସ୍ୟ ତୁଳନାରେ ପେଶା ହୋଇଥିବା ଅନ୍ନ ୧୦ ଗୁଣ ଅଧିକ ପୁଷ୍ଟିକର ହୋଇଥାଏ । ପେଶା ହୋଇଥିବା ଅନ୍ନ ଠାରୁ ୧୦ ଗୁଣ ଅଧିକ ପୁଷ୍ଟିକର ଦୁଧ ହୋଇଥାଏ । ଦୁଧ ଠାରୁ ୮ ଗୁଣ ପୁଷ୍ଟିକର ମାଂସ ହୋଇଥାଏ ଓ ମାଂସ ଠାରୁ ୧୦ ଗୁଣ ପୁଷ୍ଟିକର ଘିଅ ହୋଇଥାଏ ।