Pixel 6 ଲଞ୍ଚ୍‌ ହେବା ପୂର୍ବରୁ ଏସବୁ ଫୋନ୍‌ର ପ୍ରଡକ୍ସନ୍‌ ରୋକିଲା Google, ଜାଣନ୍ତୁ କାହିଁକି

ନିକଟରେ Pixel 5a (5G) ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଛି ଗୁଗଲ। ବଜାରକୁ ଏହି ଫୋନ୍‌ ଆସିବା ପରେ ୟୁଜର୍ସ ବି ବେଶ୍‌ ଖୁସି ହୋଇଥିଲେ। କିନ୍ତୁ ଏବେ ଶୁଣିବାକୁ ମିଳିଛି ଯେ କମ୍ପାନୀ ନିଜ ପୁରୁଣା ଫୋନ୍‌ Pixel 4A 5G ଓ Pixel 5 ର ପ୍ରଡକ୍ସନ୍‌ ବନ୍ଦ କରିଛି। ଏହି ଦୁଇଟି ଫୋନ୍‌ ମଡେଲକୁ ଶେଷ ଥର କମ୍ପାନୀର ଅନ୍‌ଲାଇନ୍‌ ଷ୍ଟୋରରେ ଲିଷ୍ଟ କରାଯାଇଥିଲା। ସେଠାରେ ସବୁ ଫୋନ୍‌ ବିକ୍ରି ହୋଇଯାଇଥିବା ଜଣାଯାଇଛି। ଗୁଗଲର ଜଣେ ଅଧିକାରୀ କହିଛନ୍ତି ଯେ ଏବେ ଏହି ମୋବାଇଲ ଆଉ କୌଣସି ରିଟେଲର୍ସଙ୍କ ପାଖରେ ବି ଉପଲବ୍ଧ ନାହିଁ। ଏହି ସ୍ମାର୍ଟ ଫୋନ୍‌ର ସବୁ ସେଟ୍‌ ବିକ୍ରି ହୋଇଯାଇଛି।

Pixel 4a 5G କୁ ବନ୍ଦ କରିବା ପଛରେ ସବୁଠୁ ବଡ଼ କାରଣ ହେଉଛି Pixel 5a (5G) କୁ ନିକଟରେ କମ୍ପାନୀ ତରଫରୁ ବଜାରରେ ଲଞ୍ଚ୍‌ କରାଯାଇଛି ଓ କମ୍ପାନୀ ଖୁବ୍‌ଶୀଘ୍ର Pixel 6 କୁ ବି ଲଞ୍ଚ୍‌ କରିବାକୁ ଯାଉଛି। ଏଣୁ ଏହି ଦୁଇଟି ଫୋନ୍‌ର ବିକ୍ରି ବଢ଼ାଇବାକୁ କମ୍ପାନୀ ପୁରୁଣା ଫୋନ୍‌କୁ ବନ୍ଦ କରିଥିବା କୁହାଯାଉଛି।

ସୂଚନାଯୋଗ୍ୟ ଯେ ଗୁଗଲ ଏଭଳି ପ୍ରଥମ ଥର ପାଇଁ ନିଜର କୌଣସି ମଡେଲକୁ ବନ୍ଦ କରୁନାହିଁ। ପୂର୍ବରୁ ବି ଗୁଗଲ ixel 4 ଓ Pixel 4 XL କୁ ବନ୍ଦ କରିସାରିଛି। ନୂଆ ପ୍ରଡକ୍ଟର ବିକ୍ରି ବଢ଼ାଇବାକୁ ପୁରୁଣା ପ୍ରଡକ୍ଟକୁ ମାର୍କେଟରେ ବନ୍ଦ କରୁଛି ଗୁଗୁଲ।

Leave A Reply

Your email address will not be published.