ଆମେରିକାକୁ ତାଲିବାନର ଚେତାବନୀ: ୩୧ ଅଗଷ୍ଟ ସୁଦ୍ଧା କାବୁଲରୁ ସେନା ଖାଲି କର, ନଚେତ ପରିଣାମ ସାଙ୍ଘାତିକ ହେବ

ଆଫଗାନିସ୍ତାନ ଉପରେ କବଜା ପରେ ତାଲିବାନ ଏବେ ସିଧାସଳଖ ଭାବେ ଆମେରିକାକୁ ଧମକ ଦେଇଛି। ତାଲିବାନ କହିଛି ଯେ, ଯଦି ଜୋ ବିଡେନ୍ ସରକାର ଆଫଗାନିସ୍ତାନରୁ ନିଜର ସୈନିକଙ୍କୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଫେରାଇ ନ ନିଅନ୍ତି, ତେବେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ।

ଆଫଗାନିସ୍ତାନ ଉପରେ ତାଲିବାନର ଆକ୍ରମଣ ପରେ ବହୁମାତ୍ରାରେ ଲୋକ ନିଜ ନିଜ ଦେଶକୁ ପ୍ରତ୍ଯାବର୍ତ୍ତନ କରୁଛନ୍ତି। ଆମେରିକା ଏବଂ ନାଟୋ ସୈନିକ ପ୍ରାୟତଃ ଆଫଗାନିସ୍ତାନ ଛାଡିସାରିଲେଣି। କିନ୍ତୁ ଏବେ ବି ତାଲିବାନୀ କବଜାରୁ ଲୋକଙ୍କୁ ନିଜ ଘରକୁ ଫେରାଇବା ପାଇଁ କାବୁଲ ଏୟାରପୋର୍ଟରେ ଆମେରିକା ସେନା ଉପସ୍ଥିତ ରହିଛି।

ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି, ଆମେରିକା ରାଷ୍ଟ୍ରପତି ବିଡେନ୍ ନିଜର ସୈନିକଙ୍କୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆଫଗାନିସ୍ତାନ ଛାଡିବା କଥା କହିସାରିଛି। ବିଡେନ୍ ନିଜର କଥାରୁ ଓହରିବାର କୌଣସି ଅର୍ଥ ନାହିଁ। ତାଲିବାନ ସ୍ପଷ୍ଟ କରିଛି ଯେ, ୩୧ ଅଗଷ୍ଟରୁ ଆଉ ଗୋଟିଏ ଦିନ ମଧ୍ୟ ବଢିପାରିବନି। ଯଦି ୩୧ ଅଗଷ୍ଟରୁ ଗୋଟେ ଦିନର ମହଲତ ଆମେରିକା ଓ ବ୍ରିଟେନ୍ ମାଗେ ତେବେ ଗମ୍ଭୀର ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.