ବାଲେଶ୍ବର(କେନ୍ଯୁଜ୍): ବାଲେଶ୍ବର ଜିଲ୍ଲାରେ ୧୦ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକି ବାଲେଶ୍ଵରର ଅଭିଭାବକ ମାନଙ୍କ ପାଇଁ ଏବେ ଚିନ୍ତାଜନକ ବିଷୟ ହୋଇଛି। ଶିଶୁମାନଙ୍କ ମଧ୍ୟରେ ଜ୍ଵର ଅଧିକ ଦିନ ଧରି ରହିବା ପରେ କରୋନା ଲକ୍ଷଣ ଥିବା ଯୋଗୁଁ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ପଜିଟିଭ ଆସିଥିଲା।
ବର୍ତମାନ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟର ଏସ ଏନ ସି ୟୁ ୱାର୍ଡରେ ୪ ଜଣ ଶିଶୁଙ୍କୁ ଭର୍ତି କରାଯାଇଥିବା ବେଳେ ଅନ୍ୟ ୬ଜଣ ଶିଶୁଙ୍କୁ ରେଡ କ୍ରସ୍ କ୍ଯାବିନରେ ଚିକିତ୍ସା କରାଯାଉଛି। ଚିକିତ୍ସିତ ଶିଶୁମାନେ ସେତେଟା ଗୁରୁତର ନଥିବା ସିଡିଏମଓ କହିଛନ୍ତି।
ଆଗାମୀ ୧୫ ଦିନ ଭିତରେ ଯଦି ଶିଶୁମାନଙ୍କ ମଧ୍ୟରେ ଯଦି ଏହି କ୍ରମରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଏ ତେବେ ଏହାକୁ ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତୀକ୍ଷ୍ନ ନଜର ରଖିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୁଲାଲସେନ ଜଗତଦେବ ପ୍ରକାଶ କରିଛନ୍ତି।