Below header

କୁମ୍ଭୀରର କ୍ଲୋଜ୍‌ ସଟ ନେବାକୁ ଉଡ଼ୁଥିଲା ଡ୍ରୋନ୍‌, କିନ୍ତୁ ତାକୁ ଚୋବାଇ ଖାଇଗଲା ଘଡ଼ିଆଳ; ଦେଖନ୍ତୁ ଭିଡିଓ

କୁମ୍ଭୀର ଖାଇଗଲା ଡ୍ରୋନ୍‌। ଆକାଶରେ ଉଡ଼ୁଥିବା ଏକ ଡ୍ରୋନ୍‌କୁ ଘଡ଼ିଆଳ କୁମ୍ଭୀର ଚୋବାଇ ଖାଇଦେଇଛି। କୁମ୍ଭୀରଟି ଡ୍ରୋନ୍‌କୁ ଖାଇବା ପରେ ତା’ ପାଟିରୁ ଧୂଆଁ ବାହାରୁଥିବା ଦେଖାଯାଇଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓଟି ଭାଇରାଲ ହେବାର ଆଉ ଏକ କାରଣ ହେଉଛି ଗୁଗଲ ସିଇଓ ସୁନ୍ଦର ପିଚାଇ ଏହାକୁ ସେୟାର କରିଛନ୍ତି।

ସୁନ୍ଦର ପିଚାଇ ସବୁବେଳେ କିଛି ନା କିଛି ଏଭଳି ଭିଡି ଓ ସେୟାର କରିଥାନ୍ତି, ଯାହା ଲୋକଙ୍କ ପାଇଁ ନୂଆ ତଥା ଭିନ୍ନ ହୋଇଥାଏ। ଏଥରକ ବି ଏହି ଭିଡିଓ ସେୟାର କରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ସୁନ୍ଦର ପିଚାଇ।

ଭିଡିଓ ମୁତାବକ, ଫ୍ଲୋରିଡ଼ାରେ ଏକ ଘଡ଼ିଆଳ କୁମ୍ଭୀର ଡ୍ରୋନ୍‌କୁ ପାଟିରେ ଧରିପକାଇଛି। ସେ ଡ୍ରୋନ୍‌କୁ ପାଟିରେ ପୂରାଇବା ପରେ ତା’ ପାଟିରୁ ଧୂଆଁ ବାହାରୁଥିବା ଦେଖାଯାଇଛି। ଏହି ଘଟଣାର ଭିଡିଓ କ୍ଲିପ୍‌ ଟ୍ଵିଟରରେ କ୍ରିସ୍‌ ଆଣ୍ଡରସନ୍‌ଙ୍କ ଆକାଉଣ୍ଟରୁ ସେୟାର କରାଯାଇଥିଲା। ଏହାକୁ ସୁନ୍ଦର ପିଚାଇ ରି-ଟ୍ଵିଟ୍‌ କରିଛନ୍ତି।

ଦେଖନ୍ତୁ ଭିଡିଓ:

ଏହି ଭିଡିଓର କ୍ୟାପ୍‌ସନ୍‌ରେ ଲେଖାଯାଇଛି- କୁମ୍ଭୀର ଡ୍ରୋନ୍‌କୁ କାମୁଡ଼ି ଧରିଛି ଓ ତା’ ମୁହଁରେ ନିଆଁ ଲାଗି ଯାଉଛି। ତେବେ କୁହାଯାଉଛି ଯେ କୁମ୍ଭୀର ପାଟିରେ ଡ୍ରୋନ୍‌ଟି ଜଳି ଯାଇଛି। ଏଣୁ ସେଥିରୁ ଧୂଆଁ ବାହାରୁଛି। ରିପୋର୍ଟ ମୁତାବକ, ଡ୍ରୋନ୍‌ରେ ଘଡ଼ିଆଳର କ୍ଲୋଜ୍‌ ସଟ ନେବା ବେଳେ ସେ ଏହାକୁ ଧରି ପକାଇଥିଲା ଓ କାମୁଡ଼ି ନଷ୍ଟ କରି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.