ଯାଜପୁର (କେନ୍ୟୁଜ): ଧର୍ମଶାଳା ତହସିଲ ଅଧିନ ବାଘୁଆ କଳାପଥର ଖାଦାନରେ ଦୁର୍ଘଟଣା। ଭାରସାମ୍ୟ ହରାଇ ଓଲଟିଲା କଳାପଥର ବୋଝେଇ ଟ୍ରାକ୍ଟର। ଏଥିରେ ଗାଡିର ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ଚାଳକ ହେଲେ ସ୍ଥାନୀୟ ମକୁନ୍ଦପୁର ଗ୍ରାମର ଅଚ୍ୟୁତାନନ୍ଦ ଓଝା।
ଆଜି ଅଚ୍ୟୁତାନନ୍ଦ ବାଘୁଆ କଳାପଥର ଖାଦାନରୁ ଟ୍ରାକ୍ଟରରେ କଳାପଥର ବୋଝେଇ କରି ତଳକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା। ଏହି ସମୟରେ ଅଚ୍ୟୁତାନନ୍ଦ ଟ୍ରାକ୍ଟର ତଳେ ରହି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଦୁର୍ଘଟଣା ବେଆଇନ କଳାପଥର ଖାଦାନରେ ଘଟିଥିବା ବେଳେ ଜେନାପୁର ପୋଲିସ ଘଟଣାର ତଦନ୍ତ କରୁଛି।