ଭୁବନେଶ୍ୱର(କେ ନ୍ୟୁଜ: ଆଜି ହେଉଛି ଅନନ୍ତ ବ୍ରତ। ପ୍ରତିବର୍ଷ ଏହି ଦିନ ଶ୍ରଦ୍ଧାଳୁମାନେ ଅନନ୍ତ ବାସୁଦେବ ମନ୍ଦିରରେ ଏହି ବ୍ରତକୁ ପାଳନ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଏହି ବ୍ରତ ନିରାଡମ୍ବର ଭାବେ କରାଯାଉଛି। କେବଳ ରୀତିନୀତି ଅନୁସାରେ ସେବାୟତମାନେ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ସର୍ବସାଧାରଣ ଦର୍ଶନ, ମହାପ୍ରସାଦ ସେବନ ଓ ମନ୍ଦିରରେ ଲୋକଙ୍କ ଗହଳିକୁ ବାରଣ କରିଛି ବିଏମ୍ସି।
ଏଥିପାଇଁ ଗାଇଡ୍ଲାଇନ୍ ଜାରି କରିଚି ବିଏମ୍ସି। ମନ୍ଦିର ଭିତରକୁ ଧୂପ, ଧୂପ ଓ ଭୋଗ ନେବାକୁ ବାରଣ କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ଭବାନୀଶଙ୍କର ମନ୍ଦିର ଓ କୋଟିତୀର୍ଥ ଗଳି ଆଗରେ ବାଉଁଶ ବ୍ୟାରିକେଡ୍ କରାଯାଇଛି।