ଚାନ୍ଦିପୁର ଆଇଟିଆର ଗୁପ୍ତ ତଥ୍ୟ ଲିକ୍ ମାମଲା: ଅଭିଯୁକ୍ତଙ୍କ ଚାନ୍ଦିପୁର ଘରକୁ ଆସିବା ପାଇଁ କହିଥିଲା ରହସ୍ୟମୟୀ ଯୁବତୀ
କେନ୍ୟୁଜ୍(ବ୍ୟୁରୋ):ବାଲେଶ୍ୱର ଚାନ୍ଦିପୁର ଆଇଟିଆର ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଜେଲରେ ଥିବା ୫ ଜଣଙ୍କୁ ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ରହସ୍ୟମୟୀ ଯୁବତୀ ଅଭିଯୁକ୍ତମାନଙ୍କ ସହ ଫେସବୁକ, ହ୍ଵାଟସ ଆପ ଓ ଇନଷ୍ଟାଗ୍ରାମରେ ଯୋଗାଯୋଗରେ ଥିଲେ । ସୋସିଆଲ ମିଡିଆରେ ୭ ଟି ଆକାଉଣ୍ଟ ଖୋଲି ଯୋଗାଯୋଗ କରୁଥିଲେ । ଫୋନ୍ରେ ହିନ୍ଦୀରେ କଥା ହେଉଥିଲେ । ଭିଡିଓ ଚାଟ ମଧ୍ୟ କରୁଥିଲେ । ସେ ୟୁକେର ଫୋନ ନମ୍ବର ବ୍ୟବହାର କରୁଥିଲେ ।
ସେହି ଫୋନନମ୍ବର କଲ୍ ଡିଟେଲସ ଜାଣିବାକୁ ଉଦ୍ୟମ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଯୁବତୀଙ୍କ ପ୍ରକୃତ ପରିଚୟ ଜାଣିବାକୁ ଉଦ୍ୟମ ଜାରି ରହିଛି । ଦୁଇ ଜଣ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ରହସ୍ୟମୟୀ ଯୁବତୀ । ଜଣେ ଅଭିଯୁକ୍ତଙ୍କ ଚାନ୍ଦିପୁର ଘରକୁ ଆସିବା ପାଇଁ କହିଥିଲେ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି । ୭ଦିନିଆ ରିମାଣ୍ଡ ସରିବା ପରେ ଗତକାଲି ୫ ଅଭିଯୁକ୍ତଙ୍କୁ ବାଲେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ଗିରଫ ଅଭିଯୁକ୍ତମାନେ ଏବେ ବାଲେଶ୍ୱର ଜିଲ୍ଲା ଜେଲ୍ରେ ଅଛନ୍ତି ।