ଭାରତୀୟ ରେଲୱେରେ ବିନା ପରୀକ୍ଷାରେ କରନ୍ତୁ ଚାକିରି, ଏମିତି କରନ୍ତୁ ଆବେଦନ
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର। ରେଲୱେ ଭର୍ତ୍ତି ସେଲ, ଉତ୍ତର ରେଲୱେ ଆପାରଣ୍ଟିସ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଆବେଦନ କରିବା ପାଇଁ ଚାହୁଁଛନ୍ତି, ତେବେ ରେଲୱେର ଅଧିକାରକ ୱେବସାଇଟ rrcnr.org କୁ ଯାଇ ଆପ୍ଲାଏ କରିପାରିବେ।
ପ୍ରାର୍ଥୀ ସିଧାସଳଖ ଲିଙ୍କ http://www.rrcnr.org/Default.aspx କ୍ଲିକ କରି ଏହି ପଦବୀରେ ଆବେଦନ କରିପାରିବେ। ଏହା ସହିତ ଲିଙ୍କ http://www.rrcnr.org/rrcnr_pdf/Apprentice2021/Act ଜରିଆରେ ଅଧିକାରକ ନୋଟିଫିକେସନ ଦେଖିପାରିବେ।
ପଦବୀ ବିବରଣୀ: ୩୦୯୩
ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୨୦ ସେପ୍ଟେମ୍ବର ୨୦୨୧ରୁ ଆରମ୍ଭ ହୋଇଥିବା ବେଳେ ଆବେଦନର ଶେଷ ତାରିଖ ୨୦ ଅକ୍ଟୋବର ରହିଛି।
ଶିକ୍ଷାଗତ ଯୋଗ୍ଯତା: ଇଚ୍ଛୁକ ପ୍ରାର୍ଥୀ ମାନ୍ଯତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍ କରିଥିବା ଜରୁରୀ। ଏହାସହିତ ଆଇଟିଆଇ ପଢିଥିବା ମଧ୍ୟ ଜରୁରୀ।
ବୟସ ସୀମା: ଆବେଦନକାରୀଙ୍କ ବୟସ ୧୫ ବର୍ଷରୁ ଅଧିକ ଏବଂ ୨୪ ବର୍ଷରୁ କମ୍ ହୋଇଥିବା ଜରୁରୀ।