ବାଥ୍‌ରୁମ୍‌ରେ ନୁହେଁ ବରଂ ଫ୍ରିଜ୍‌ରେ ରଖନ୍ତୁ ଏସବୁ ବିୟୁଟି ପ୍ରଡକ୍ଟ, କେବେ ବି ହେବନି ଖରାପ

ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ଅନେକ ପ୍ରକାରର ବିୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଅଧିକାଂଶ ମହିଳା ନିଜ ପ୍ରସାଧନ ସାମଗ୍ରୀକୁ ବାଥରୁମ୍‌ରେ କିମ୍ବା ଆଲମାରିରେ ରଖିଥାନ୍ତି। ଏହା ଦ୍ୱାରା ପ୍ରଡକ୍ଟ ଜଲଦି ଖରାପ ହୋଇଯାଏ। ଆପଣଙ୍କୁ କହି ରଖୁଛୁ ଯେ ବିୟୁଟି ପ୍ରଡକ୍ଟକୁ କେବେ ବି ଅଧିକ ଗରମ ଜାଗାରେ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଆପଣଙ୍କ ଦାମୀ ପ୍ରଡକ୍ଟ ଖରାପ ହୋଇପାରେ। ତେବେ ଆସନ୍ତୁ ଜାଣିବା ଦୀର୍ଘ ସମୟ ଯାଏଁ ବିୟୁଟି ପ୍ରଡକ୍ଟକୁ ଠିକ୍‌ ରଖିବାକୁ କ’ଣ କରିବା ଉଚିତ…

ବିୟୁଟି ପ୍ରଡକ୍ଟକୁ ଭଲ ରଖିବା ପାଇଁ ଆପଣ ଏହାକୁ ଫ୍ରିଜ୍‌ରେ ଷ୍ଟୋର କରିପାରିବେ। ତେବେ ସବୁ ପ୍ରଡକ୍ଟକୁ ଫ୍ରିଜ୍‌ରେ ରଖିବା ଆବଶ୍ୟକତା ନାହିଁ। କିଛି ଜିନିଷକୁ ହିଁ ଫ୍ରିଜ୍‌ରେ ରଖିଲେ ତାହା ଠିକ୍‌ ରହିଥାଏ।

ଏସବୁ ବିୟୁଟି ପ୍ରଡକ୍ଟକୁ ଫ୍ରିଜ୍‌ରେ ରଖନ୍ତୁ:

ଲିପ୍‌ଷ୍ଟିକ୍‌କୁ ଫ୍ରିଜ୍‌ରେ ରଖିବା ଉଚିତ। ଫଳରେ ତାହା ତରଳି ନଥାଏ। ସେହିପରି ଯଦି ଆପଣ ଆଲୋଭେରା ଜେଲ୍‌ ବ୍ୟବହାର କରୁଥାନ୍ତି, ତେବେ ତାହାକୁ ବି ଫ୍ରିଜ୍‌ରେ ରଖିପାରିବେ।

ଏସବୁ ବିୟୁଟି ପ୍ରଡକ୍ଟକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ:

ଲାଇନରକୁ କେବେ ବି ଫ୍ରିଜ୍‌ରେ ରଖନ୍ତୁ ନାହିଁ। ଲାଇନର ଓ ମସ୍କାରାକୁ ମଧ୍ୟ ରୁମ୍‌ ଟେମ୍ପରେଚରରେ ରଖିବା ଉଚିତ। ସେହିପରି ନେଲପେଣ୍ଟକୁ ବି ଫ୍ରିଜ୍‌ରେ ରଖିଲେ ତାହା ଶୁଖିଯାଏ। ଏଣୁ ଏହାକୁ ବି ବାହାରେ ରଖିବା ଭଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.