ନଡିଆ ଗଛରେ ଆଣ ଛିଟା ! କେନ୍ଦ୍ରାପଡାର ବିଭିନ୍ନ ଅଂଚଳରେ ଚହଳ

କେନ୍ଦ୍ରାପଡା(କେନ୍ଯୁଜ୍): ଗତ ସନ୍ଧ୍ୟା ସମୟରୁ ଓଡ଼ିଶାର କେନ୍ଦ୍ରାପଡାର ବିଭିନ୍ନ ଅଂଚଳରେ ଚହଳ ପଡିଛି। ନଡିଆ ଗଛର ପତ୍ରରେ ଧଳା ଧଳା ଦାଗ ଦେଖିବାକୁ ମିଳୁଛି। ଗୁରୁବାର ଓଷାରେ ଯେପରି ମହିଳା ମାନେ ଘର ଆଗରେ ଆଣରେ ଚିତା ଛିଟା ପକାଇଥାନ୍ତି, ସେହିପରି ଚିନ୍ନ ହୋଇଛି।
ଏହା କେବଳ ନଡିଆ ଗଛ ମାନଙ୍କରେ ଦେଖିବାକୁ ମିଳୁଛି।ଏହାକୁ କିଏ ଦୈବ ଶକ୍ତି କହୁଥିବା ବେଳେ, କିଏ ବାୟୁ ମଣ୍ଡଳରେ ପରିବର୍ତନ ପାଇଁ ହେଉଥିବା ଚର୍ଚ୍ଚା କରୁଛନ୍ତି। ଯାହା କେନ୍ଦ୍ରାପଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।