ଭୁବନେଶ୍ବର(କେନ୍ଯୁଜ୍): ପ୍ରକାଶ ପାଇଲା ବିଏଡ୍ ମେଧା ତାଲିକା। ରାଜ୍ୟର ବିଭିନ୍ନ ସରକାରୀ ବିଏଡ୍ କଲେଜରେ ବିଏଡ୍ ନାମଲେଖା ପାଇଁ ପ୍ରକାଶ ପାଇଯାଇଛି ମେଧା ତାଲିକା । ଯାହାପରେ ଆସନ୍ତା ୮ ତାରିଖରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି । ତେବେ ଚଳିତ ବର୍ଷ ୧ ହଜାର ବିଏଡ୍ ସିଟରେ ନାମଲେଖା ହେବ । ଛାତ୍ରଛାତ୍ରୀମାନେ ସେମାନଙ୍କ ମେଧା ତାଲିକା ସାମ୍ସ www.samsodisha.gov.in ରୁ ଦେଖିପାରିବେ ।
ବରଗଡ଼ ଜିଲ୍ଲା କଳା ବିଭାଗର ଛାତ୍ର ସୁମନ୍ତ ମଙ୍ଗଳ ୬୫ ନମ୍ବର ରଖି ମେଧା ତାଲିକାରେ ଶୀର୍ଷରେ ରହିଥିବା ବେଳେ ବିଜ୍ଞାନ ବିଭାଗରେ ଗଞ୍ଜାମର ଛାତ୍ର ଦେବାଶିଷ ଶିବମଙ୍ଗଳ ୫୭ ନମ୍ବର ରଖିଛନ୍ତି । ସାଧାରଣଙ୍କ ବର୍ଗଙ୍କ କଳାରେ ନାମଲେଖା ପାଇଁ ୪୫.୮୧ ଓ ବିଜ୍ଞାନ ପାଇଁ ୪୩.୪୧, ଅନୁସୂଚିତ ଜାତିଙ୍କ କଳା ପାଇଁ ୩୮.୧ ଓ ବିଜ୍ଞାନ ପାଇଁ ୩୨.୦୯, ଅନୁସୂଚିତ ଜନଜାତିଙ୍କ କଳା ପାଇଁ ୩୧.୩୫ ଓ ବିଜ୍ଞାନ ପାଇଁ ୨୫.୫୪, ଏସଇବିସିଙ୍କ କଳା ପାଇଁ ୪୪.୨ ଓ ବିଜ୍ଞାନ ପାଇଁ ୪୧.୭୮ ନମ୍ବର କଟଅଫ୍ ରହିଛି ।