ସକାଳର ବାସି ଲାଳରେ ଭରି ରହିଛି ଅନେକ ଔଷଧୀୟ ଗୁଣ, ସୁସ୍ଥ ରହିବାକୁ ଏମିତି କରନ୍ତୁ ବ୍ୟବହାର

ବଡ଼ ଲୋକ ହୁଅନ୍ତୁ କି ଛୋଟ ପିଲା, ଶୋଇବା ବେଳେ ସମସ୍ତଙ୍କ ପାଟିରୁ ଲାଳ ଗଡ଼ିଥାଏ। ଲାଳ ଗଡ଼ିବା ଯୋଗୁ କିଛି ଲୋକ ଅପ୍ରୀତିକର ପରିସ୍ଥିତିର ସାମ୍ନାକୁ କରୁଥିଲେ ମଧ୍ୟ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି, ଯାହା ବଡ଼ ବଡ଼ ରୋଗକୁ ଭଲ କରିବାରେ ସାହାଯ୍ୟ କରେ। ଲାଲ ହେଉଛି ପାଟିରେ ତିଆରି ହେଉଥିବା ଏକ ତରଳ ପଦାର୍ଥ। ଲାଳ ଏକ ଆଣ୍ଟି ସେପ୍ଟିକ୍‌ ଭଳି ମଧ୍ୟ କାମ କରିଥାଏ। ଲାଳରେ ଥିବା ଏନ୍‌ଜାଇମ୍‌ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ। ତେବେ ଏହି ଲାଳ ଆମକୁ ଅନେକ ପ୍ରକାରର ରୋଗରୁ ମଧ୍ୟ ରକ୍ଷା କରେ। ଲାଳକୁ ଆପଣ ଆଖି ରୋଗ, ତ୍ୱଚା ସମ୍ବନ୍ଧୀୟ ରୋଗ ଓ ଦାନ୍ତର ସମସ୍ୟା ଦୂର କରିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଆୟୁର୍ବେଦରେ ମଧ୍ୟ ଲାଳର କେତେକ ଫାଇଦା ସମ୍ପର୍କରେ କୁହାଯାଇଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ସକାଳର ବାସି ଲାଳ ସବୁଠାରୁ ଅଧିକ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ବାସି ଲାଳର ଲାଭ ସମ୍ପର୍କରେ…

ତ୍ୱଚା ପାଇଁ ଚମତ୍କାରୀ:

ସକାଳର ବାସି ଲାଳ ତ୍ୱଚାର ଦାଗ, ବ୍ରଣ ଆଦି ଦୂର କରିବାରେ ସାହାଯ୍ୟ କରେ। ଦୀର୍ଘଦିନର କଳା ଦାଗକୁ ଦୂର କରିବା ପାଇଁ ଆପଣ ସକାଳର ବାସି ଲାଳକୁ ମୁହଁରେ ଲଗାଇପାରିବେ। କିଛି ଦିନ ମଧ୍ୟରେ ଏସବୁ ଦାଗ ଦୂର ହୋଇଯିବ।

ପେଟ ରୋଗ ପାଇଁ ରାମବାଣ:

ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେବାରେ ସକାଳର ବାସି ଲାଳ ବେଶ୍‌ ସାହାଯ୍ୟ କରିଥାଏ। ଏଥିପାଇଁ ଆପଣ ସକାଳୁ ଉଠି ମୁହଁ ନ ଧୋଇ ଗୋଟେ ଗ୍ଲାସ ପାଣି ପିଅନ୍ତୁ। ଏମିତି କଲେ କେବେ ବି ଆପଣଙ୍କର ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖାଯିବ ନାହିଁ।

ଆଖି ପାଇଁ ଖୁବ୍‌ ଦରକାରୀ:

ଆଖି ତଳେ କଳାଦାଗ ବା ଡାର୍କ ସର୍କଲ ହୋଇଥିଲେ, ସେହି ସ୍ଥାନରେ ବାସି ଲାଳ ଲଗାନ୍ତୁ। ସକାଳୁ ଉଠି ପାଟିର ଲାଳକୁ ଆଙ୍ଗୁଠିରେ ନେଇ ଆଖିର ଆଖ ପାଖରେ ଲଗାନ୍ତୁ। କିଛି ଦିନ ଭିତରେ ହଁ ଆଖିର କଳା ଦାଗ ଦୂର ହୋଇଯିବ। ଆପଣ ଚାହିଁଲେ ସକାଳର ଲାଳକୁ ଆଖିରେ କଳା ଭଳି ମଧ୍ୟ ପିନ୍ଧି ପାରିବେ। ଏମିତି କିଛି ଦିନ କଲେ ଆଖିର ଦୃଷ୍ଟି ଶକ୍ତି ମଧ୍ୟ ବଢ଼ିବ।

Leave A Reply

Your email address will not be published.