Below header

ସାମ୍ନାକୁ ଆସିଲା ଦୁର୍ଲ୍ଲଭ ଗୋଲାପୀ ଚିତା, ଦେଖନ୍ତୁ ଫଟୋ

ଭାରତରେ ଜଙ୍ଗଲୀ ଜୀବଜନ୍ତୁଙ୍କର ଅନେକ ଦୁଲର୍ଭ ପ୍ରଜାତି ଦେଖିବାକୁ ମିଳିଥାଏ। ବିଭିନ୍ନ ପ୍ରକାରର ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଭାରତରେ ଦେଖିବାକୁ ମିଳନ୍ତି। କିନ୍ତୁ ଏବେ ଯେଉଁ ଜୀବ ଦେଖିବାକୁ ମିଳିଛି, ତାହା ହୁଏତ ଆପଣ କେବେ ଦେଖିନଥିବେ। ରାଜସ୍ଥାନର ରାବଳୀ ପର୍ବତ‌ ଶ୍ରେଣୀ ମଧ୍ୟରେ ଅବସ୍ଥିତ ରଣକପୁର ଅଞ୍ଚଳରେ ଦୁର୍ଲଭ ‘ଗୋଲାପୀ ଚିତା’ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପୂର୍ବରୁ ୨୦୧୨ ଏବଂ ପୁନର୍ବାର ୨୦୧୯ରେ ଦକ୍ଷିଣ ଆଫ୍ରିକାରେ ଗ‌ୋଲାପୀ ଲୋମ ଥିବା ଏକ ଚିତାବାଘ ଦେଖିବାକୁ ମିଳିଛି। ଭାରତରେ ପ୍ରଥମ ଥର ୧୯୧୦ ମସିହାରେ ଧଳା ଚିତାବାଘ ଦେଖିବାକୁ ମିଳିଥିଲା। ତା’ ପରେ ସାଧାରଣତଃ କଳାଚିତା ବାଘ ଦେଖିବାକୁ ମିଳିଛି। କିନ୍ତୁ ଏହି ଗୋଲାପୀ ରଙ୍ଗର ଚିତା ବାଘ ସମସ୍ତଙ୍କ ମନ କିଣିନେଇଛି।

ଉଦୟପୁରର ବନ୍ୟଜନ୍ତୁ ସଂରକ୍ଷକ ଏବଂ ଫଟୋଗ୍ରାଫର ହିତେଶ ମୋଟଓ୍ଵାନୀ ଏହି ବାଘର ଫଟୋ ଉଠାଇଛନ୍ତି। ତାଙ୍କ କହିବା ମୁତାବକ, ଏହି ବାଘର ଫଟୋ ଉଠାଇବା ପାଇଁ ସେ ଜଙ୍ଗଲରେ ୪ ଦିନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ତା’ ପରେ ହିଁ ଏହି ବାଘର ଫଟୋ ଉଠାଇବାରେ ସକ୍ଷମ ହୋଇଥିଲେ। ଏହି ବାଘର ବୟସ ୫ରୁ ୬ ବୋଲି କୁହାଯାଉଛି। ଏମିତି ରଙ୍ଗର ବାଘ ପ୍ରଥମେ ଦକ୍ଷିଣ ଆଫ୍ରିକା ଜଙ୍ଗଲରେ ଦେଖିବାକୁ ମିଳିଥିଲା। ଜେନେଟିକ ମ୍ୟୁଟେସନ ଯୋଗୁଁ ବାଘର ରଙ୍ଗ ବଦଳିଯାଏ ବୋଲି ବୈଜ୍ଞାନିକ କହିଛନ୍ତି।

leo
PC: Indiatimes.com

ରାଜସମନ୍ଦ ‘ଡେପୁଟି କଞ୍ଜର୍‌ଭେଟର୍‌ ଅଫ୍ ଫରେଷ୍ଟସ୍‌’ (ଡିସିଏଫ୍‌) ଫତେ ସିଂହ ରାଠୋର୍‌ ଗଣମାଧ୍ୟମକୁ କହିଛନ୍ତି ଯେ, ପୂର୍ବରୁ ଏକାଧିକ ବାର ‘ଗୋଲାପୀ ଚିତା’ଟିକୁ ଦେଖିଥିବା କଥା ରଣକପୁର ଏବଂ କୁମ୍ଭଲଗଡ଼ର ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି। ୬୦୦ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ କୁମ୍ଭାଲଗଡ଼ ଅରଣ୍ୟାଞ୍ଚଳ ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରେ ଅବସ୍ଥିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.