ଅବପାତରେ ପରିଣତ ହେଲା ଲଘୁଚାପ: ପ୍ରଭାବରେ ଆଜିଠୁ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ରହିବ ପାଗ

ଭୁବନେଶ୍ବର(କେନ୍ଯୁଜ୍): ଅବପାତରେ ପରିଣତ ହେଲା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଏହା ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ। ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆଜିଠାରୁ ଦକ୍ଷିଣ ଆଭ୍ୟନ୍ତରୀଣ ତଥା ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପାଗ ମେଘୁଆ ସମ୍ଭାବନା ରହିଛି। ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏପଟେ ଲଘୁଚାପ ପ୍ରଭାବରେ ତାମିଲନାଡୁ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୫ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଅତିପ୍ରବଳ ବର୍ଷାର ଚେତାବନୀ ଥିବାରୁ ୯ ଜିଲ୍ଲାରେ ଗତକାଲି ଓ ଆଜି ଛୁଟି ଘୋଷଣା କରାଯାଇଛି । ସରକାରୀ କାର୍ଯ୍ୟାଳୟ ସହ ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି ।  ଏହାସହ ଆସନ୍ତା ୧୩ତାରିଖ ବେଳକୁ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଞ୍ଚଲିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Leave A Reply

Your email address will not be published.