ଆଜି ଲଞ୍ଚ୍‌ ହେଉଛି PUBG New State, ଆପଣଙ୍କ Android/iOS ଡିଭାଇସ୍‌ରେ ଚାଲିବ କି ନାହିଁ ଏମିତି କରନ୍ତୁ ଚେକ୍‌

ଆଜି ଲଞ୍ଚ୍‌ ହେଉଛି PUBG New State। କ୍ରାଫ୍ଟନ୍‌ ଷ୍ଟୁଡିଓ ପକ୍ଷରୁ ଭାରତ ସମେତ ୨୦୦ରୁ ଅଧିକ ଦେଶରେ ପବ୍‌ଜିର ଏହି ନୂଆ ଗେମ୍‌ ଲଞ୍ଚ୍‌ ହେଉଛି। ପବ୍‌ଜି ମୋବାଇଲ ଓ ବ୍ୟାଟଲ ଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ ତୁଳନାରେ ଦକ୍ଷିଣ କୋରିଆରେ ନିର୍ମିତ ଏହି ନୂଆ ଗେମ୍‌ ଅଧିକ ରୋମାଞ୍ଚକ ହେବ ବୋଲି କୁହାଯାଉଛି। ଏଥିସହ ଏହି ନୂଆ ପବ୍‌ଜି ଗେମ୍‌ ଏହାର ଗ୍ରାଫିକ୍ସ ଓ ଗେମ୍‌ପ୍ଲେ ଏଲିମେଣ୍ଟସ୍‌ ଯୋଗୁ ପୁରୁଣା ଭର୍ସନ ତୁଳନାରେ ଅଧିକ ଭଲ ଲାଗିବ ବୋଲି ଚର୍ଚ୍ଚା ହେଉଛି।

ଆପଣଙ୍କ ଫୋନ୍‌ରେ ଚାଲିବ କି ନାହିଁ କେମିତି ଜାଣିବେ…

କ୍ରାଫ୍ଟନ୍‌ ଷ୍ଟୁଡିଓଜ୍‌ ଗୁଗଲ ପ୍ଲେ ଷ୍ଟୋର ଓ ଆପ୍‌ ଷ୍ଟୋରରେ ଗେମ୍‌ ଚଲାଇବା ପାଇଁ ସର୍ବନିମ୍ନ ଆବଶ୍ୟକତାର ଖୁଲାସା କରିଛି।

ଆଣ୍ଡ୍ରଏଡ୍‌ ଡିଭାଇସ୍‌ ପାଇଁ :

  • ଡିଭାଇସ୍‌ରେ Android 6.0 କିମ୍ବା ତା’ ପରର ସଫ୍ଟ ୱେୟାର ଥିବା ଜରୁରୀ।
  • ସ୍ମାର୍ଟଫୋନ୍‌ର ସିପିୟୁ ୬୪ ବିଟ୍‌ର ହୋଇଥିବା ଆବଶ୍ୟକ।
  • ଡିଭାଇସ୍‌ରେ କମ୍‌ ସେ କମ୍‌ ୨ ଜିବି କିମ୍ବା ତା’ଠାରୁ ଅଧିକ ରାମ୍‌ ଥିବା ଆବଶ୍ୟକ।
  • ଗେମ୍‌ ପାଇଁ ଆବଶ୍ୟକ ଷ୍ଟୋରେଜ୍‌ ସ୍ପେସ୍‌ର ମାତ୍ରା ଡିଭାଇସ୍‌ ଅନୁସାରେ ଭିନ୍ନ ଭିନ୍ନ ରହିବ।

ଆଇଓଏସ୍‌ ଡିଭାଇସ୍‌ ପାଇଁ:

  • iOS 13 କିମ୍ବା ତା’ ପରର ଭର୍ସନ ଚଲାଉଥିବା ଆଇଫୋନ୍‌ ୟୁଜର PUBG: New State ଚଲାଇପାରିବେ।
  • iPadOS 13.0 ଯୁକ୍ତ iPad ବ୍ୟବହାରକାରୀ ଗେମ୍‌ ଚଲାଇପାରିବେ।
  • ଆପଲ ଆଇଫୋନ୍‌ ୟୁଜର୍ସଙ୍କ ପାଇଁ ଗେମ୍‌ ଡାଉନ୍‌ଲୋଜ୍‌ ସାଇଜ୍‌ ୧.୫ ଜିବି ରହିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.