ଶ୍ରୀମନ୍ଦିର ପରିକ୍ରମା ପରିକଲ୍ପନାର ଭୂମି ପୂଜନ: ନଭେମ୍ବର ୨୨ରୁ ୨୪ ଯାଏ ହେବ ଯଜ୍ଞ, ଲାଗୁ ହେବ ବିଭିନ୍ନ ନିୟମ

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ପରିକ୍ରମା ପରିକଲ୍ପନାର ଭୂମି ପୂଜନ ପାଇଁ ଦୋଳବେଦି କୋଣ ନିକଟରେ ଯଜ୍ଞବେଦି ନିର୍ମାଣର ଶୁଭାରମ୍ଭ କରାଯାଇଛି। ନଭେମ୍ବର ୨୨ରୁ ୨୪ ଯାଏ ଏହି ଯଜ୍ଞାନୁଷ୍ଠାନ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ପରିକ୍ରମା ପ୍ରକଳ୍ପ ଅନୁଯାୟୀ କାକୁଡିକାଇ ମନ୍ଦିର ସାମନା ମେଘନାଦ ପାଚେରୀ ସବୁଜ ବଳୟକୁ ଛାଡି ବ୍ୟାରିକେଡ ରହିବ। ଦର୍ଶନାର୍ଥୀମାନେ ପାଦଧୁଆ କେନ୍ଦ୍ର ଦେଇ ଶ୍ରୀମନ୍ଦ୍ରି ସିଂହଦ୍ୱାରରେ ପ୍ରବେଶ କରିବେ। କାକୁଡିଖାଇଙ୍କ ମନ୍ଦିର ପାଖରେ ଭୂତଳ ପାର୍କିଂ ଏବଂ ଜିନିଷ ଘର ରହିବ। ଶ୍ରୀମନ୍ଦିର ଚୌହଦିର ୪ କୋଣରେ ୪ଟି ସୁରକ୍ଷା ୱାଚ୍‌ ଟାୱାର ନିର୍ମାଣ ହେବ। ଏହାବ୍ୟତୀତ ଅଣହିନ୍ଦୁ ଭକ୍ତଙ୍କ ଦର୍ଶନ ଲାଗି ଅନ୍ୟ ୨ଟି ଟାୱାର ନିର୍ମାଣ କରାଯିବ। ଏହି ସୁରକ୍ଷା ୱାଚ୍‌ ଟାୱାରରେ ସୁରକ୍ଷାବଳ ଦିନ ରାତି ମୁତୟନ ହେବେ। ପରିକ୍ରମା ପରିକଲ୍ପନାରେ ୭ଟି ଲେନ୍‌ ରହିବ। ଏହି ଲେନ୍‌ ମଧ୍ୟରୁ ଗୋଟିକରେ ମେଘନାଦ ପାଚେରୀ କଡକୁ ଲାଗି ଉଦ୍ୟାନ ରହିବ। ଏହି ଉଦ୍ୟାନକୁ ଲାଗି ଭକ୍ତଙ୍କ ପରିକ୍ରମା ପଥ ନିର୍ମାଣ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.