ଭାରତରେ ମିଳୁଥିବା ଏହି କାକୁଡ଼ିର ମୂଲ୍ୟ ସୁନା ଠାରୁ ମଧ୍ୟ ଢେର ଅଧିକ, ଜାଣନ୍ତୁ କାହିଁକି

ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ପରିବା ରହିଛି ଯାହା କି ସ୍ୱାସ୍ଥ୍ୟ ପାଇଁ ହିତକର। ସାଧାରଣତଃ ଏହି ପରିବାଗୁଡିକର ମୂଲ୍ୟ ୫୦୦ଟଙ୍କାରୁ ଆରମ୍ଭ କରି ୮୦୦ ଟଙ୍କା ପର୍ଯ୍ୟନ୍ତ ରହିଥାଏ, ଏଣୁ ସାଧାରଣ ଲୋକଙ୍କ ପାଇଁ ଏହା ଖୁବ ମହଙ୍ଗା ହୋଇଥାଏ। ଦୁନିଆରେ ଅନେକ ପ୍ରକାରର ଫଳ ଓ ପନିପରିବା ରହିଛି। ଲୋକମାନେ ନିଜକୁ ଫିଟ ରଖିବା ପାଇଁ ତଥା ସୁସ୍ଥ ରହିବା ଲାଗି ଏସବୁ ପନିପରିବା ସେବନ କରିଥାନ୍ତି। ଏମାନଙ୍କ ମଧ୍ୟରେ କାକୁଡି ମଧ୍ୟ ଏକ ସେଭଳି ପରିବା, ଯାହାର ମୂଲ୍ୟ କମ୍ ରହିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ବି ହିତକର ହୋଇଥାଏ। ତେବେ କାକୁଡି ଏକ ଶସ୍ତାରେ ମିଳୁଥିବା ପରିବା ବୋଲି ତ ଆମେ ସମସ୍ତେ ଜାଣନ୍ତି। କିନ୍ତୁ ଭାରତରେ ଏକ ଏମିତି କାକୁଡି ମିଳେ, ଯାହାର ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହାର ମୂଲ୍ୟ ଏତେ ଅଧିକ ଯେ ଏହାକୁ କିଣିବା ପାଇଁ ଆପଣଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ଏହି ସ୍ୱତନ୍ତ୍ର କାକୁଡି ବିଷୟରେ ଓ ଏଥିରେ ଏମିତି କଣ ଅଛି ଯେଉଁଥି ପାଇଁ ଏହାର ମୂଲ୍ୟ ଏତେ ଅଧିକ…

ଏହି କାକୁଡି ଭାରତରେ ସାମୁଦ୍ରିକ ଅଞ୍ଚଳରେ ବହୁ ପରିମାଣରେ ମିଳିଥାଏ। ଏହି ସାମୁଦ୍ରିକ କାକୁଡି ତାମିଲନାଡୁରେ ଅଧିକ ଅମଳ କରାଯାଉଛି। ଏହାକୁ ସି କୁକୁମ୍ବର ବୋଲି ମଧ୍ୟ କୁହାଯାଏ। ସି କୁକୁମ୍ବର ବା ସାମୁଦ୍ରିକ କାକୁଡି ଦକ୍ଷିଣ ଭାରତ ଓ ଶ୍ରୀଲଙ୍କାରେ ଅଧିକ ଚାଷ କରାଯାଏ। ଏହା ନାଁ ଶୁଣି ଆପଣଙ୍କୁ ଲାଗୁଥିବ ଏହା ଏକ ସାମୁଦ୍ରିକ ପରିବା, କିନ୍ତୁ ନା। ଏହା ଏକ ବିଶେଷ ପ୍ରକାରର ସାମୁଦ୍ରିକ ଜୀବ। ଏହି ସାମୁଦ୍ରିକ ଜୀବକୁ ବିଦେଶକୁ ଚୋରାଚାଲାଣ କରାଯାଏ। ଭାରତୀୟ ତଟରକ୍ଷୀ ବାହିନୀ କିଛିଦିନ ପୂର୍ବରୁ ଲୁପ୍ତ ପ୍ରଜାତିର ସାମୁଦ୍ରିକ କାକୁଡି ପାଇଥିଲେ। ଜବତ କରାଯାଇଥିବା ଏହି ସାମୁଦ୍ରିକ କାକୁଡି ୨୦୦୦ କେଜିର ଥିଲା, ଯାହାର ମୂଲ୍ୟ ପାଖାପାଖି ୮ କୋଟି ବୋଲି କୁହାଯାଇଥିଲା।

ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ ଏଥିରେ ଏମିତି କଣ ଅଛି ଯେଉଁଥି ପାଇଁ ଏହାର ମୂଲ୍ୟ ଏତେ ଅଧିକ। ଏହି ସାମୁଦ୍ରିକ ଜୀବକୁ ସାମୁଦ୍ରିକ କାକୁଡି ବା କୁକୁମ୍ବର ବୋଲି କୁହାଯାଏ। ଏହି ଜୀବ ଧୀରେ ଧୀରେ ଲୋପ ପାଇଯାଉଥିବାରୁ ଏହାକୁ ଲୁପ୍ତ ପ୍ରାୟ ସାମୁଦ୍ରିକ ପ୍ରଜାତି ତାଲିକାରେ ସାମିଲ କରାଯାଇଛି। ତେବେ ଏହି ଜୀବର ମୂଲ୍ୟ କିଲୋ ପ୍ରତି ଅଢେଇ ଲକ୍ଷ ଟଙ୍କା ରହିଛି। ଏହାକୁ ସାଧାରଣତଃ ଔଷଧ ତିଆରି କରିବା ପାଇଁ ବ୍ୟବହାର କରାଯାଏ। ତେଣୁ ଏହାର ଚୋରାଚାଲାଣ ଅଧିକ ହୋଇଥାଏ ଅନ୍ୟପଟେ ଆଉ କିଛି ଲୋକ ଏହାକୁ ଖାଦ୍ୟ ଭାବେ ମଧ୍ୟ ବ୍ୟବହାର କରିଥାନ୍ତି।

Leave A Reply

Your email address will not be published.