IRCTC ସଞ୍ଚାଳନ କରିବ ‘ଶିରିଡି ଯାତ୍ରା’ ବିଶେଷ ପର୍ଯ୍ୟଟକ ଟ୍ରେନ, ଡିସେମ୍ବର ୧ରୁ ସାତ ଦିନିଆ ଯାତ୍ରା ଆରମ୍ଭ

ଇଣ୍ଡିଆନ ରେଲେଓ୍ଵ କ୍ୟାଟରିଙ୍ଗ୍‌ ଆଣ୍ଡ ଟୁରିଜମ୍‌ କର୍ପୋରେଶନ (IRCTC) ଆସନ୍ତା ଡିସେମ୍ବର ୧ରୁ ମଦୁରାଇରୁ ଭାରତ ଦର୍ଶନ ସ୍ପେଶାଲ ପର୍ଯ୍ୟଟକ ଟ୍ରେନ୍‌ ‘ଶିରିଡି ଯାତ୍ରା’ର ସଞ୍ଚାଳନ କରିବ। ଏହି ବିଶେଷ ଯାତ୍ରାରେ ପଣ୍ଢରପୁର, ଶିରିଡି, ଶନି ଶିଙ୍ଗଣାପୁର ଏବଂ ମନ୍ତ୍ରାଳୟମ୍‌ ସାମିଲ ରହିବ। ୭ ଦିନିଆ ଯାତ୍ରା ପାଇଁ ପ୍ୟାକେଜ୍‌ ମୂଲ୍ୟ ପ୍ରତି ବ୍ୟକ୍ତି ପିଛା ୭,୦୬୦ ଟଙ୍କା ରହିଛି, ଯେଉଁଥିରେ ଜିଏସ୍‌ଟି ମଧ୍ୟ ସାମିଲ ଅଛି। ଟ୍ରେନର ଯାତ୍ରା ସ୍ଲିପର କ୍ଲାସ୍‌ରେ ହିଁ ହେବ।

ଯାତ୍ରା ସମୟରେ ନିମ୍ନଲିଖିତ ସ୍ୱତନ୍ତ୍ର ବ୍ୟବସ୍ଥା ଉପଲବ୍ଧ।

-ନନ୍‌ ଏସି ହଲ୍‌/ ଧର୍ମଶାଳାରେ ଆବାସ।

-ନନ୍‌ ଏସି ରାସ୍ତା ସ୍ଥାନାନ୍ତରଣ।

-ଦକ୍ଷିଣ ଭାରତୀୟ ଶାକାହାରୀ ଭୋଜନ।

-ପ୍ରତ୍ୟେକ କୋଚ୍‌ ପାଇଁ ଟୁର୍‌ ଏସ୍କର୍ଟ ଏବଂ ସୁରକ୍ଷା।

-ଯାତ୍ରା ବୀମା।

-ମାସ୍କ ଓ ସାନିଟାଇଜର ଭଳି ସୁରକ୍ଷା କିଟ୍‌ର ବ୍ୟବସ୍ଥା।

ଏହି ବିଶେଷ ବଜେଟ୍‌ ପର୍ଯ୍ୟଟକ ଟ୍ରେନ୍‌ ପ୍ୟାକେଜ୍‌ର ଲାଭ ତାମିଲନାଡ଼ୁରେ ରହୁଥିବା ଲୋକ ଉଠାଇ ପାରିବେ। IRCTC ଏ ନେଇ ଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ କୁହାଯାଇଛି କି, ଆରକ୍ଷଣ ଏବଂ ଅନ୍ୟାନ୍ୟ ସୂଚନା ପାଇଁ ପର୍ଯ୍ୟଟକମାନେ ତିରୁଚିରେ ଥିବା ପର୍ଯ୍ୟଟନ ସୂଚନା ଓ ସୁବିଧା କେନ୍ଦ୍ରରୁ ମୋବାଇଲ ନମ୍ବର 8287931974ରେ ସମ୍ପର୍କ କରି ପାରିବେ।

କହି ରଖୁଛୁ, ଦେଶରେ ଥିବା ବିଭିନ୍ନ ଲୋକପ୍ରିୟ ତଥା ପ୍ରମୁଖ ତୀର୍ଥସ୍ଥଳ ମଧ୍ୟରୁ ଶିରିଡି ଅନ୍ୟତମ। ଏହା ମହାରାଷ୍ଟ୍ର ରାଜ୍ୟର ଏକ ପ୍ରସିଦ୍ଧ ସହର। ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶିରିଡି ବୁଲିବାକୁ ଆସି ଥାଆନ୍ତି। ଏଠାରେ ସାଇବାବାଙ୍କୁ ଦର୍ଶନ କରି ଅଶେଷ କୃପା ଲାଭ କରନ୍ତି। ସୂଚନାଥାଉ କି, IRCTC ଏକ ବିଶେଷ ଭାରତ ଦର୍ଶନ ପର୍ଯ୍ୟଟକ ଟ୍ରେନ୍‌ ଆରମ୍ଭ କରିଛି। ଏହି ଟୁର୍‌ ପ୍ୟାକେଜ ଅଧୀନରେ ପର୍ଯ୍ୟଟକମାନେ ବଜେଟ୍‌ ହୋଟେଲ କିମ୍ବା ଧର୍ମଶାଳାରେ ରହିବା ସହିତ ଟୁରିଷ୍ଟ୍‍ ବସ୍‌ରେ ବୁଲିବା ଏବଂ ସକାଳ ଜଳଖିଆ, ଦ୍ୱିପ୍ରହର ଓ ରାତି ଭୋଜନର ଲାଭ ଉଠାଇ ପାରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.