ଆଜିଠୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ, ସକାଳ ୯.୩୦ ମିନିଟରୁ ଅପରାହ୍ନ ଗୋଟାଏ ଯାଏ କ୍ଲାସ୍‌ ରୁମ୍‌ରେ ହେବ ପାଠ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ। ସବୁ ସରକାରୀ ଓ ବେସରକାରୀ ସ୍କୁଲରେ ଆରମ୍ଭ ହେବ ଅଫ୍‌ଲାଇନ ପାଠପଢା । ସକାଳ ୯.୩୦ ମିନିଟରୁ ଅପରାହ୍ନ ଗୋଟାଏ ଯାଏ କ୍ଲାସ୍‌ ରୁମ୍‌ରେ ପାଠ ପଢାଯିବ । ରବିବାର ଓ ଅନ୍ୟ ଛୁଟି ଦିନ ମାନଙ୍କରେ ଶ୍ରେଣୀଗୃହ ପଢା ବନ୍ଦ ରହିବ ।

ଛାତ୍ରଛାତ୍ରୀ ଚାହିଁଲେ ଅନ୍‌ଲାଇନରେ ପାଠ ପଢି ପାରିବେ କିମ୍ବା ଅଭିଭାବକଙ୍କ ସହମତିରେ ସ୍କୁଲ ଆସି ପାଠ ପଢି ପାରିବେ। ସ୍କୁଲ ଆସିବା ପାଇଁ ଛାତ୍ରଛାତ୍ରୀ ବାଧ୍ୟ ନୁହନ୍ତି। ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ମଧ୍ୟ ଖୋଲିବ। ହଷ୍ଟେଲ ମୁଖ୍ୟ ମେସ୍‌ ଏବଂ ଶୌଚାଳୟର ପରିସ୍କାର ପରିଚ୍ଛନ୍ନତା ଉପରେ ନିୟମିତ ଧ୍ୟାନ ରଖିବେ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠପଢା ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.