ଭିକ୍କି-କ୍ୟାଟ୍‌ଙ୍କ ପରେ ନଭେମ୍ବର ୨୯ରେ ରାଜସ୍ଥାନରେ ନିର୍ବନ୍ଧ କରିବେ ରଣବୀର-ଆଲିଆ !

ବଲିଉଡ ଇଣ୍ଡଷ୍ଟ୍ରୀରେ ଏବେ ଚାଲିଛି ବିବାହ ଋତୁ। ରାଜକୁମାର ରାଓ-ପତ୍ରଲେଖା, ଭିକ୍କି କୌଶଲ- କ୍ୟାଟ୍ରିନା, ରଣବୀର- ଆଲିଆଙ୍କ ଭଳି ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରାଜକୁମାର ଏବଂ ପତ୍ରଲେଖା ବିବାହ କରିସାରିଥି ବେଳେ ଆଗକୁ ଭିକ୍କି ଏବଂ କ୍ୟାଟ୍ରିନା ବିବାହ କରିବାକୁ ଯାଉଛନ୍ତି। ଏମାନଙ୍କ ମଧ୍ୟରେ ରଣବୀର ଏବଂ ଆଲିଆ ଆସନ୍ତାବର୍ଷ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ କୁଆଡେ ନଭେମ୍ବରରେ ନିର୍ବନ୍ଧ କରିବେ ବୋଲି ଖବର ମିଳୁଛି। ଏହି ନଭେମ୍ବର ମାସରେ ନିର୍ବନ୍ଧ କରିବାକୁ ଯାଉଛନ୍ତି।

ଖବର ମୁତାବକ, ଆଲିଆ ଓ ରଣବୀର ନଭେମ୍ବର ୨୯ ତାରିଖରେ ପରିବାର ଓ କିଛି ବନ୍ଧୁମାନଙ୍କ ଉପସ୍ଥିତିରେ ନିର୍ବନ୍ଧ କରିବେ। ରାଜସ୍ଥାନର ଏକ ରିସୋର୍ଟରେ ୨୯ ତାରିଖରେ ନିର୍ବନ୍ଧ କାର୍ଯ୍ୟକ୍ରମ ହେବ ବୋଲି ମଧ୍ୟ ଖବର ମିଳିଛି। ଦୁହେଁ ୨୦୨୨ରେ ବିବାହ କରିବାକୁ ସ୍ଥିର କରିଛନ୍ତି। ଆଉ ଏଥିପାଇଁ ସବୁପ୍ରକାର ପ୍ରସ୍ତୁତି ହୋଇସାରିଛି। ହେଲେ ଏନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । ରଣବୀର-ଆଲିଆ ରାଜସ୍ଥାନର ଏକ କୌଣସି ସ୍ଥାନରେ ନିର୍ବନ୍ଧ କରିବେ ବୋଲି ଜଣାପଡ଼ିଛି।

ଏହାମଧ୍ୟରେ ଆଲିଆଙ୍କ ଅନ୍ତରଙ୍ଗ ବାନ୍ଧବି ଅନୁଷ୍କା ରଂଜନ ଖୁବଶୀଘ୍ର ଅଭିନେତା ଆଦିତ୍ୟ ସିଲଙ୍କୁ ନଭେମ୍ବର ମାସରେ ବିବାହ କରିବେ। ତେଣୁ ଦୁହିଁଙ୍କୁ ସରପ୍ରାଇଜ ଦେବା ପାଇଁ ଆଲିଆ ଯୋଜନା କରିଛନ୍ତି। ଆଲିଆ ଏବଂ ରଣବୀର ମଧ୍ୟ ଏମାନଙ୍କ ବିବାହରେ ଡ୍ୟାନ୍ସ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ତେବେ ଚାଲିଥିବା ଏହି ଚର୍ଚ୍ଚା କେତେ ସତ, ତାହା ନିର୍ବନ୍ଧ ହେଲେ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.