ଆଜି ବାଇଡେନ୍‌-ଜିନପିଙ୍ଗଙ୍କ ମଧ୍ୟରେ ବୈଠକ, ଭର୍ଚୁଆଲରେ କଥା ହେବେ ୨ ରାଷ୍ଟ୍ରମୁଖ୍ୟ

ନୂଆଦିଲ୍ଲୀ : ଆଜି ବାଇଡେନ୍‌-ଜିନପିଙ୍ଗ ବୈଠକ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ବୈଠକ ହେବ । ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହେବ ବୈଠକ । ହ୍ଵାଇଟ୍‌ ହାଉସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆମେରିକା ଓ ଚୀନ୍‌ ମଧ୍ୟରେ ପ୍ରତିଯୋଗିତାକୁ କିଭଳି ପରିଚାଳନା କରାଯିବ ସେ ନେଇ ଆଲୋଚନା କରିବେ ଦୁଇ ନେତା । ସେହିଭଳି ଦୁଇ ଦେଶର ମିଳିତ ସ୍ୱାର୍ଥକୁ ଦୃଷ୍ଟିରେ ରଖି କିଭଳି ଏକାଠି କାମ କରାଯାଇପାରିବ, ସେ ନେଇ ଆଲୋଚନା ହେବ । ଏଥିରେ ବାଇଡେନ୍ ସୁରକ୍ଷା ପ୍ରସଙ୍ଗ ଉଠାଇବେ । ଉତ୍ତର ପଶ୍ଚିମ ଚୀନରେ ରହୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମାନବାଧିକାର ହନନ, ସାମୁଦ୍ରିକ ପ୍ରସଙ୍ଗ, ତାଇଓ୍ୱାନ, ହଙ୍ଗକଙ୍ଗ୍ ମାମଲାରେ ଓ୍ୱାଶିଂଟନ ଓ ବେଜିଂ ମଧ୍ୟରେ ଆୟାଜିତ ହେବାକୁ ଥିବା ବୈଠକରେ ସ୍ଥାନ ପାଇବ । ଯାହା ଉଭୟ ଦେଶ ପାଇଁ ଭଲ ହେବ । ଜିନପିଙ୍ଗ୍‌ଙ୍କୁ ଆମେରିକାର ଉଦ୍ଦେଶ୍ୟ ଓ ପ୍ରାଥମିକତା ନେଇ ସ୍ପଷ୍ଟ କରିବେ ବାଇଡେନ୍‌ ।

ଗତ ସେପଟେମ୍ବରରେ ବାଇଡେନ୍‌ ଓ ଜିନପିଙ୍ଗଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଥିଲା । ଆମେରିକା ଓ ଚୀନ୍‌ ମଧ୍ୟରେ ଘୋର ପ୍ରତିଦ୍ୱନ୍ଦିତା ଚାଲିଥିବାରୁ ଆସନ୍ତା ବୈଠକ ଉପରେ ସାରା ବିଶ୍ୱର ନଜର ରହିଛି । ସୂଚନାଯୋଗ୍ୟ, ଗତ କିଛିବର୍ଷ ହେଲା ଆମେରିକା ଓ ଚୀନ୍ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଚଳିତ ସପ୍ତାହରେ ଗ୍ଲାସଗୋରେ ଆୟୋଜିତ କୋପ୍-୨୬ରେ ଉଭୟ ଜଳବାୟୁ ପ୍ରସଙ୍ଗରେ ଏକାଠି ହେବାକୁ ସହମତି ପ୍ରକାଶ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.