କମିଲା ସୁନା ଓ ରୁପା ଦାମ୍‌, ଜାଣନ୍ତୁ ଆଜି କେତେ ହେଲା ଆପଣଙ୍କ ସହରରେ ଦାମ୍‌

ବିବାହ ଋତୁ ଆସିଗଲାଣି। ଯଦି ଆପଣ ନିଜ ପୁଅ କିମ୍ବା ଝିଅ ପାଇଁ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ସୁନା ଦାମ୍‌ କେତେ ରହିଛି ଜାଣିବା ନିତାନ୍ତ ଜରୁରୀ। ତେବେ ଆଜି ସୁନା ଦାମ୍‌ରେ ହ୍ରାସ ଘଟିଛି। ସୁନା ଆଜି ୩୭୦ ଟଙ୍କା କମିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୦୨୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୯, ୧୦୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬, ୦୬୦ ଟଙ୍କା ଓ ୫୦, ୬୦୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୮, ୧୦୦ ଟଙ୍କା ଓ ୪୯, ୧୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୮, ୦୫୦ ଟଙ୍କା ଓ ୫୨,୪୨୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୬, ୩୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୫୫୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୮, ୩୦୦ ଟଙ୍କା ଓ ୫୧,୦୦୦ଟଙ୍କା ରହିଛି।

ଅନ୍ୟପଟେ ଆଜି ରୁପା ମୂଲ୍ୟ କିନ୍ତୁ ହ୍ରାସ ପାଇଛି। ସେହିପରି ରୁପା ଦାମ୍‌ ୧୦୦ ଟଙ୍କା କମି କିଲୋ ପ୍ରତି ୬୬,୩୦୦ ଟଙ୍କା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.