ଫୁଳବାଣୀ(କେନ୍ଯୁଜ୍): ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡିହେଲା କନ୍ଧମାଳ ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଗସ୍ତରେ ଯାଇ ଫୁଲବାଣୀ ମିନି ଷ୍ଟାଡିୟମରେ ଜିଲ୍ଲାବାସୀଙ୍କୁ ବିଏସକେୱାଇ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରିଛନ୍ତି । ଉପକୃତ ହେବେ ୬ ଲକ୍ଷ ୫୦ ହଜାର ହିତାଧିକାରୀ। ଏହାସହ ବିିିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରଛନ୍ତି ମୁଖ୍ୟମନ୍ତ୍ରୀ।
ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଛନ୍ତି, କନ୍ଧମାଳର ହଳଦୀ ସାରା ବିଶ୍ୱରେ ଏକ ବ୍ରାଣ୍ଡ। କନ୍ଧମାଳର ବିକାଶ ପାଇଁ କାର୍ଯ୍ୟ ଚାଲିଛି। ଇକୋ- ଟୁରିଜିମ୍ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ମେଡିକାଲ କଲେଜ କାର୍ଯ୍ୟ ଶୀଘ୍ର ସାରିବାକୁ ମୁଁ ନିର୍ଦ୍ଦେଶ ଦେଇଛି। ମେଡିକାଲ କଲେଜ କାର୍ଯ୍ୟ ଶୀଘ୍ର ସାରିବାକୁ ମୁଁ ନିର୍ଦ୍ଦେଶ ଦେଇଛି। ଯୋଗାଯୋଗ ସମସ୍ୟା ଦୂର ପାଇଁ ୧୨୦ କୋଟିର ବିଜୁ ସେତୁ ହୋଇଛି।
ପିଇବା ପାଣି ଉପରେ ଆମେ ଅଧିକ ଗୁରୁତ୍ୱ ଦେଉଛୁ। ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ। ଚାଷୀ ହେଉ କି ରିକ୍ସାବାଲା ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ମୁଁ ଚାହେଁ ଟଙ୍କା ପାଇଁ କେହି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତୁ। ‘ଏଭଳି ସ୍ୱାସ୍ଥ୍ୟ ସୁବିଧା ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ BSKY ସ୍ମାର୍ଟକାର୍ଡ ଗରିବ ଲୋକଙ୍କର ଦୁଃଖକୁ କମାଇବ। ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ପ୍ରତିକ୍ରିୟା ଦେଇ କହିଛନ୍ତି କନ୍ଧମାଳବାସୀଙ୍କର ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇଛି। କନ୍ଧମାଳରେ ମେଡିକାଲ ନିର୍ମାଣ ହେଉଛି। ପର୍ଯ୍ୟଟନ କ୍ଷେତ୍ରରେ କନ୍ଧମାଳରେ ପରିବର୍ତ୍ତନ ଆସିଥିବା କହିଛନ୍ତି ସାଂସଦ ଡ. ଅଚ୍ୟୁତ ସାମନ୍ତ।