ମନ୍ତ୍ର ଧ୍ବନିରେ କମ୍ପୁଛି ଶ୍ରୀକ୍ଷେତ୍ର, ୩୩ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ଯଜ୍ଞ କାର୍ଯ୍ୟରେ ନିୟୋଜିତ

ପୁରୀ(କେନ୍ଯୁଜ୍): ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଆରମ୍ଭ ହେବ । ଆରମ୍ଭ ହୋଇଛି ୩ ଦିନିଆ ଯଜ୍ଞ । ମନ୍ତ୍ରରେ କମ୍ପୁଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ଐଶାନ୍ୟ କୋଣ ଉତ୍ତରପାର୍ଶ୍ୱ ମଠ ନିକଟରେ ଯଜ୍ଞବେଦୀ ଓ ଭୂମିପୂଜନ ଶିଳାନ୍ୟାସ ସ୍ଥଳ କରାଯାଇଛି। ଗତକାଲି ଶ୍ରୀନଅରରେ ଗଜପତି ମହାରାଜ ଗୁଆ ଟେକି ଯଜ୍ଞର କାର୍ଯ୍ୟ ସାରିଥିଲେ । ପଞ୍ଚକର୍ମ, ବ୍ରାହ୍ମଣବରଣ ପରେ ଯଜ୍ଞ ଆରମ୍ଭ ହୋଇଛି । ୩୩ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ଯଜ୍ଞ କାର୍ଯ୍ୟରେ ନିୟୋଜିତ ହେଉଥିବା ବେଳେ ଗଜପତି ମହାରାଜା ଦିବ୍ୟସିଂହ ଦେବ କର୍ତ୍ତା ସାଜିଛନ୍ତି ।

ଯଜ୍ଞର ପୂର୍ଣ୍ଣାହୁତି ଦିନ ଅର୍ଥାତ୍‌ ୨୪ ତାରିଖରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩ ବର୍ଷ ତଳେ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନ ବା ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରାୟ ଶେଷ ହୋଇଥିଲା । ଏବେ ୩୩୧ କୋଟି ଟଙ୍କା ବ୍ୟୟରେ କରିଡର କାର୍ଯ୍ୟ ଆରମ୍ଭ ହେବ l ପରିକ୍ରମା ମାର୍ଗରେ ଭକ୍ତଙ୍କ ପାଇଁ ପ୍ରତୀକ୍ଷାଳୟ, କ୍ଳକ ରୁମ, ଟଏଲେଟ, ପାନୀୟ ଜଳ ବ୍ୟବସ୍ଥା, ୱାଚ ଟାୱାର, ଧ୍ୟାନ କେନ୍ଦ୍ର ଓ ପରିକ୍ରମା ପାଇଁ ବ୍ୟାଟେରୀ ଗାଡିର ବ୍ୟବସ୍ଥା ହେବ l ଦେଢ଼ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.